ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତ ସରକାରଙ୍କ ମଞ୍ଜୁରୀ ପରେ ଆଜିଠୁ କୋୱିନ୍ ପୋର୍ଟାଲରେ ସାମିଲ କରାଯିବ ନାଜାଲ ଭ୍ୟାକ୍ସିନ । ଚୀନ୍ ରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନେଇଛନ୍ତି ଭାରତ ସରାକର । ବୁଷ୍ଟର ଡୋଜ ଭଳି ନାଜାଲ ଭ୍ୟାକ୍ସିନର ବ୍ୟବହାର କରାଯିବ ।
କରୋନା ପାଇଁ ଆଜିଠୁ ଟୀକାକରଣ କାର୍ଯ୍ୟରେ ମଧ୍ୟ ନାଜାଲ ଭ୍ୟାକ୍ସିନକୁ ସାମିଲ କରାଯିବ । ପ୍ରଥମେ ଏହା ଘରୋଇ ହସ୍ପିଟାଲରେ ଉପଲବ୍ଧ କରାଯିବ ।
କରୋନାକୁ ମୁକାବିଲା କରିବା ପାଇଁ ପୁଣି ଥରେ ଅଣ୍ଟା ଭିଡିଛନ୍ତି ଭାରତ ସରାକର । ଏନେଇ ଉଚ୍ଚସ୍ତରୀୟ ବୈଠକମାନ କରାଯାଉଛି ।