ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ୨୦୨୨ ର ଶେଷ ବଲିଉଡ ଫିଲ୍ମ ଆଜି ସିନେମା ହଲରେ ରିଲିଜ୍ ହୋଇଛି । ବର୍ଷର ପ୍ରଥମ ଫିଲ୍ମ ଆଲିଆ ଭଟ୍ଟଙ୍କ ‘ଗଙ୍ଗୁୱାଇ କାଠିୟାବଡି’ ଥିଲା ଏବଂ ଏବେ ଶେଷ ଫିଲ୍ମ ରଣବୀର ସିଂଙ୍କ ‘ସର୍କସ’ ରିଲିଜ୍ ହୋଇଛି ।
ରୋହିତ ଶେଟ୍ଟୀଙ୍କ ଫିଲ୍ମଟି ସମ୍ପୂର୍ଣ୍ଣ ପାରିବାରିକ କମେଡି କାହାଣୀ ଉପରେ ଆଧାରିତ । ଏଥିରେ ରଣବୀର ସିଂ, ଜ୍ୟାକଲିନ୍ ଫର୍ଣ୍ଣାଡିଜ୍, ପୂଜା ହେଗଡେ, ବରୁଣ ଶର୍ମା, ଜନି ଲିବର, ଜୟନ୍ତ ମିଶ୍ରାଙ୍କ ଭଳି ବଲିଉଡ କଳାକାର ଯାଦୁ ଦେଖିବାକୁ ମିଳିବ । ପ୍ରଥମ ଥର ଏହି ଫିଲ୍ମରେ ରଣବୀର ସିଂହ ଦୁଇଟି ଚରିତ୍ରରେ ଅଭିନୟ କରୁଥିବାର ନଜରକୁ ଆସିବେ ।