ମୁମ୍ବାଇ(ଏଟିଆର ବ୍ୟୁରୋ):ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ଡ୍ରଗ୍ସ ଲିଙ୍କ୍ ସାମ୍ନାକୁ ଆସିଛି । ତେବେ ବଲିଉଡର ପ୍ରାୟ ବଡ ବଡ କଳାକାରଙ୍କ ନାଁ ଏଥିରେ ସାମିଲ ଅଛି । ଡ୍ରଗ୍ ଲିଙ୍କ୍ ସିଣ୍ଡିକେଟ୍ ପାଇଁ କାଉଣ୍ଟଡାଉନ୍ ବଲିଉଡରେ ଆରମ୍ଭ ହୋଇ ସାରିଛି । ଗୁରୁବାର, ଏନସିବି ଶୁକ୍ରବାର ସକାଳ ୧୧ ଟାରେ ଧର୍ମ ପ୍ରଡକ୍ସନ୍ସର ବଡ ନିର୍ଦ୍ଦେଶକ କ୍ଷିତିଜ ପ୍ରସାଦଙ୍କୁ ଏନସିବି କାର୍ୟ୍ୟାଳୟକୁ ଡକାଇଛି । ଏଥି ସହିତ ଶନିବାର ଦିନ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ, ତାଙ୍କ ମ୍ୟାନେଜର କରିସ୍ମା ପ୍ରକାଶ ଏବଂ ରାକୁଲପ୍ରୀତଙ୍କୁ ପଚରାଯିବ। ସୂଚନା ଅନୁଯାୟୀ ପ୍ରାୟ ୫୦ ବଲିଉଡ ସେଲିବ୍ରିଟି ଏନସିବି ରାଡାରରେ ଅଛନ୍ତି। ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ ଲିଙ୍କ୍ ଯାଞ୍ଚ କରୁଥିବା ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ଡ୍ରଗ୍ ବେପାରୀଙ୍କୁ ପଚରାଉଚରା କରିବା ପରେ ବଲିଉଡରେ ଡ୍ରଗ୍ ସିଣ୍ଡିକେଟ୍ ସହିତ ଜଡିତ ପ୍ରାୟ ୫୦ ଜଣ ସେଲିବ୍ରିଟିଙ୍କ ତାଲିକା ପ୍ରସ୍ତୁତ କରିଛି। ସେଠାରେ ଅନେକ ସେଲିବ୍ରିଟି ଅଛନ୍ତି ଯେଉଁମାନେ ଖୋଲାଖୋଲି ଭାବେ ବଲିଉଡର ଡ୍ରଗ୍ସ ଲିଙ୍କ ବିଷୟରେ ମଧ୍ୟ ଖୋଲା ଖୋଲି ସୋସିଆଲ ମିଡିଆରେ ନିଜର ମତ ରଖୁଛନ୍ତି । ଅଭିନେତ୍ରୀ ଶେର୍ଲିନ୍ ଚୋପ୍ରା ମଧ୍ୟ ଏହି ପ୍ରସଙ୍ଗରେ ଖୋଲାଖୋଲି ଭାବେ ନିଜ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ବଲିଉଡ ଅଭିନେତ୍ରୀମାନେ ନୁହେଁ , ବଲିଉଡ ସୁପରଷ୍ଟାରଙ୍କ ପତ୍ନୀମାନେ ମଧ୍ୟ ଡ୍ରଗ୍ସ ନେଉଛନ୍ତି । ନିକଟରେ ଏକ ସାକ୍ଷାତକାରରେ ସେ ଯୋଗ ଦେଇଥିବା କୋଲକାତାର ଏକ ସେଲିବ୍ରିଟି ପାର୍ଟିକୁ ଯାଇଥିଲେ । ସେ କହିଛନ୍ତି ଯେ କୋଲକାତା ନାଇଟ୍ ରାଇଡର୍ସର ଲାଇଭ କ୍ରିକେଟ୍ ମ୍ୟାଚ୍ ଦେଖିବା ପାଇଁ ତାଙ୍କୁ ସିନେୟୁଗ୍ ପ୍ରତିଷ୍ଠାତା ଅଲି ମୁରାନୀ ନିମନ୍ତ୍ରଣ କରିଥିଲେ ଏବଂ ପରେ ପାର୍ଟିରେ ମଧ୍ୟ ଯୋଗ ଦେଇଥିଲେ ଯେଉଁଠାରେ ସେ ବଲିଉଡର ପ୍ରସିଦ୍ଧ ତାରକାମାନଙ୍କ ପତ୍ନୀଙ୍କୁ ବାଥରୁମରେ ଧଳା ପାଉଡର ଖାଉଥିବାର ଦେଖିଥିଲେ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024