ମୁମ୍ବାଇ(ଏଟିଆର ବ୍ୟୁରୋ): ଲାଗୁଛି ବଲିଉଡକୁ ଏଣ୍ଟ୍ରି ମାରିଛି କ୍ୟାନସର । କାହାକୁ ନା’ କାହାକୁ ଅକାଳେ ଗ୍ରାସ କରୁଛି । ସେ ଅଭିନେତା ହୁଅନ୍ତୁ ଅବା ଅଭିନେତ୍ରୀ । କେହି ବି ବାଦ ପଡୁନାହାନ୍ତି । ବିଗତ କିଛି ଦିନର ରେକର୍ଡ ଦେଖିଲେ ବହୁ ଅଭିନେତା ଓ ଅଭିନେତ୍ରୀଙ୍କର ମୃତ୍ୟୁ ହୋଇଛି ଏହି ରୋଗରେ ।
ଆଉ ଏବେ ମଧ୍ୟ ଅନେକ ଏଥିରେ ଆକ୍ରାନ୍ତ । ଅଭିନେତା ଇରଫାନ ଖାନଙ୍କ କଥା କୁହନ୍ତୁ ଅବା ସୋନାଲି ବିନ୍ଦ୍ରେ । କ୍ୟାନସର କବଳରେ ପଡିଛନ୍ତି । ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏଥରକ ପାଳିପଡିଛି ଚକୋଲେଟ ହିରୋ ସାହିଦକାପୁରଙ୍କର । ତେବେ ସାହିଦଙ୍କୁ କ୍ୟାନସର ହୋଇଛି କି’ ନାହିଁ ତାହା ଯଦିଓ ସ୍ପଷ୍ଟ ହୋଇନି କିନ୍ତୁ ଘଟଣାକୁ ନେଇ ଏକାଧିକ ଜାତୀୟ ଗଣମାଧ୍ୟମରେ ଏହା ପ୍ରକାଶ ପାଇଛି ।
ସେପଟେ ଏହାକୁ ନେଇ ପ୍ରତିକ୍ରୀୟା ମଧ୍ୟ ପ୍ରକାଶ କରିଛନ୍ତି ସାହିଦଙ୍କ ପରିବାର ଲୋକ । କ୍ୟାନସର ହୋଇଥିବା କଥାକୁ ସେ ଫାଙ୍କି ଉଡାଇ ଦେଇଛନ୍ତି । ସିଧା କହିବାକୁ ଗଲେ ଘଟଣାଟି ପୂରା ମିଛ ବୋଲି ସାହିଦଙ୍କ ପରିବାର ଲୋକ କହିଛନ୍ତି । ଏହା ଏକ ଗୁଜବ ଓ ସାହିଦ ପୂରା ସୁସ୍ଥ ଥିବା ସେ ଜଣାଇଛନ୍ତି । ଏହାଛଡ଼ା ଲୋକ ଏହିପରି କେମିତି ଲେଖିପାରୁଛନ୍ତି ବୋଲି ପ୍ରଶ୍ନ ମଧ୍ୟ କରିଛନ୍ତି ସାହିଦଙ୍କ ପରିବାର ଲୋକ ।