ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ତିନିମାସରୁ ଅଧିକ ସମୟ ହୋଇଗଲାଣି। ହେଲେ ତାଙ୍କ ମୃତ୍ୟୁର ସତ ରହସ୍ୟକୁ ପାଇ ପାରୁନି ଦେଶର ବଡ ତିନୋଟି ସଂସ୍ଥା , ସିବିଆଇ, ଏନସିବି ଓ ଇଡି । ସୁଶାନ୍ତଙ୍କ ମୃତ୍ୟୁ ମାମଲାର ତଦନ୍ତ ଓ ନ୍ୟାୟ ମିଳିବାରେ ବିଳମ୍ବ ହେଉଥିବାରୁ ସୁଶାନ୍ତଙ୍କ ପରିବାର ଓକିଲ ବିକାଶ ସିଂହ ଏବେ ନିଜ କ୍ରୋଧ ବ୍ୟକ୍ତ କରିଛନ୍ତି । ସୁଶାନ୍ତଙ୍କ ଓକିଲ ବିକାଶ ସିଂହ ଟ୍ବିଟ୍ କରିଛନ୍ତି ଯେ ‘‘ସିବିଆଇ ଦ୍ୱାରା ସୁଶାନ୍ତ ମାମଲାକୁ ଆତ୍ମହତ୍ୟା ପାଇଁ ଉସକାଉଥିବାରୁ ବଦଳାଇ ହତ୍ୟା ମାମଲାରେ ପରିବର୍ତନ କରିବାକୁ ଯେଉଁ ବିଳମ୍ବ ହେଉଛି ହୋ ଏବେ ଚିନ୍ତାର କାରଣ ପାଲଟିଛି । ସେହି ଡାକ୍ତର ଯିଏ ଏମ୍ସ ଟିମରେ ସାମିଲ ଅଛନ୍ତି ସେ ମୋତେ କହିଛନ୍ତି ଯେଉଁ ଫଟୋ ମୁଁ ତାଙ୍କୁ ପଠାଇଥିଲି ତାକୁ ଦେଖି ଲାଗୁଛି ଯେ ୨୦୦ ପ୍ରତିଶତ ତାଙ୍କର ଗଳା ଚାପି ହତ୍ୟା କରାଯାଇଛି। ଆତ୍ମହତ୍ୟା ନୁହେଁ।’’
ଅନ୍ୟପଟେ ଏମ୍ସର ଫରନେସିକ ଚିଫ୍ ସୁଧୀର ଗୁପ୍ତା ବିକାଶ ସିଂହଙ୍କ ବୟାନରେ ପ୍ରତିକ୍ରିୟା ରଖି କହିଛନ୍ତି ତଦନ୍ତ ଏବେ ବି ଚାଲିଛି। ସେ ଯାହା କହୁଛନ୍ତି ତାହା ଆଦୌ ଠିକ୍ ନୁହେଁ। ଗଳାରେ ଥିବା ଚିହ୍ନ ଓ କ୍ରାଇମ ସିନକୁ ଦେଖି ଏହି ନିଷ୍କର୍ଷରେ ପହଞ୍ଚିପାରିବା ନାହିଁ ଯେ ଏହା ହତ୍ୟା କି ଆତ୍ମହତ୍ୟା। ଏବେ ଏଥିରେ ଆହୁରି ତଦନ୍ତ କରିବା ବାକି ଅଛି। ତେବେ ଯେପର୍ଯନ୍ତ ସୁଶାନ୍ତଙ୍କର ତଦନ୍ତ ଶେଷ ମନହୋଇଛି , କୌଣସି ମତ ଦେବା ଅନୁଚିତ । ତେବେ ଏବେ ସୁଦ୍ଧା ତାଙ୍କର ମୃତ୍ୟୁର କାରଣ ଜଣାପଡ଼ି ନ ଥିବା ବେଳେ ମାମଲା ଏବେ ଡ୍ରଗ୍ସ ମୋଡ ନେଇଛି। ଡ୍ରଗ୍ଦ ମାମଲାରେ ଏନସିବି ସୁଶାନ୍ତଙ୍କ ପୂର୍ବତନ ପ୍ରେମିକା ରିୟା ଚକ୍ରବର୍ତୀଙ୍କୁ ଡ୍ରଗ୍ସ ମାମଲାରେ ଗିରଫ କରିବା ସହିତ ବଡ ବଡ ବଲିଉଡ ଅଭିନେତା ଓ ଅଭିନେତ୍ରୀଙ୍କୁ ସମନ ଜାରି କରିବ ବୋଲି ନିଷ୍ପତି ନେଇଛି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024