ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଉଗ୍ର ହେଉଛି କରୋନା । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ସହିତ ଗୋଟେ ପରେ ଗୋଟେ ଜୀବନ ନେଉଛି ଏହି ଅଦୃଶ୍ୟ ମହାମାରୀ । ରାଜ୍ୟରେ ଆଜି ପୁଣି ଆଉ ୧୪ ଜଣ କରୋନାରେ ଜୀବନ ହାରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୮୬ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଯେଉଁ ୧୩ ଜଣଙ୍କର ମୃତ୍ୟୁ ହୋଇଛି ସେମାନଙ୍କ ମଧ୍ୟରୁ ଗଞ୍ଜାମର ୬ ଜଣ , ଖୋର୍ଦ୍ଧାର ୩ ଜଣ, ନୟାଗଡର ୩ ଜଣ, ସୁନ୍ଦରଗଡର ଜଣେ ଏବଂ ରାୟଗଡାର ଜଣେ ରହିଛନ୍ତି ।