ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଦିନକୁ ଦିନ ଭୁବନେଶ୍ୱରରେ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପୁଣି ଆଉ ୨୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୩ ଟି ଲୋକାଲ କେସ୍ ହୋଇଥିବା ବେଳେ ୨ ଜଣ ହୋମ୍ କ୍ୱାରେଣ୍ଟାଇନ୍ ରୁ ଚିହ୍ନଟ ହୋଇଛନ୍ତି । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି ।
Update on newly detected & cured #COVID19 cases in the last 24 hrs under the BMC area on 29th Jun 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitised & will be under active surveillance. pic.twitter.com/RCQIud2HHK— BMC (@bmcbbsr) June 29, 2020
ଚିହ୍ନଟ ହୋଇଥିବା ୨୫ ଜଣଙ୍କ ମଧ୍ୟରୁ ଯେଉଁ ୨୩ ଜଣ ଲୋକାଲ କେସ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ମଞ୍ଚେଶ୍ୱର ଅଞ୍ଚର ୫ ଜଣ ପୁରୁଷ ।
– ସାମନ୍ତରାପୁରର ୨ ଜଣ ପୁରୁଷ ଗୋଟିଏ ପରିବାର ଚିହ୍ନଟ ହୋଇଛନ୍ତି ।
– ଚକେଇସିଆଣି ମଞ୍ଚେନାଥ ହାଇସ୍କୁଲ ନିକଟର ୩ ଜଣ ମହିଳା ଏବଂ ଜଣେ ପୁରୁଷ ଚିହ୍ନଟ ହୋଇଛନ୍ତି ।
– ଚକେଇଶିଆଣି ହାଡବାଇ ବସ୍ତିର ୨ ଜଣ ମହିଳା ଚିହ୍ନଟ ହୋଇଛନ୍ତି
– ପାସପୋର୍ଟ ଅଫିସ ନିକଟବର୍ତ୍ତି ବାଲତୋଟାସାହି ବସ୍ତିର ୩ ପୁରୁଷ ଓ ଜଣେ ମହିଳା ଚିହ୍ନଟ
– ସିରିପୁର ଲକ୍ଷ୍ମୀବଜାର ବସ୍ତିର ଜଣେ ମହିଳା ଚିହ୍ନଟ
– ଘରୋଇ ହସ୍ପିଟାଲର ଜଣେ କର୍ମଚାରୀ ଚିହ୍ନଟ
– ଅଶୋକ ନଗରର ଜଣେ ମହିଳା ଚିହ୍ନଟ
– ନିଳାଦ୍ରି ବିହାର ବୁଦ୍ଧପାର୍କ ନିକଟର ଜଣେ ମହିଳା ଚିହ୍ନଟ
– ସରକାରୀ ହସ୍ପିଟାଲର ଜଣେ କର୍ମଚାରୀ ଚିହ୍ନଟ
– ନୟାପଲ୍ଲୀରୁ ଜଣେ ମହିଳା ଚିହ୍ନଟ
ସେହିପରି ହୋମକ୍ୱାରେଣ୍ଟାଇନ୍ ଚିହ୍ନଟ ହୋଇଥିବା ୨ ଜଣଙ୍କ ମଧ୍ୟରୁ
– ଘରୋଇ ହସ୍ପିଟାଲର ଜଣେ କର୍ମଚାରୀ ଚିହ୍ନଟ
– ଜଣେ ପୁରୁଷ ରେଲୱେ କର୍ମଚାରୀ
ଅନ୍ୟପକ୍ଷେ ରାଜଧାନୀ ଭୁବନେଶ୍ୱରରୁ ୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଜାଣିବାକୁ ମିଳିଛି । ସେମାନଙ୍କ ମଧ୍ୟରୁ ୫ ଜଣ ଘରୋଇ ହସ୍ପିଟାଲରୁ ହୋଇଥିବା ବେଳେ ଜଣେ ରେଲୱେ ଷ୍ଟାଫ ଏବଂ ଅନ୍ୟ ଜଣେ ଭିଏସଏସ ନଗରର ବ୍ୟକ୍ତି ।