ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ତଳମୁହଁ ହୋଇଛି କରୋନା ମିଟର । ପୂର୍ବାପେକ୍ଷା ଏବେ ଆକ୍ରନ୍ତଙ୍କ ସଂଖ୍ୟା ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି । ଯାହାଫଳରେ ଏବେ ଏକ ହଜାର ତଳକୁ ଖସିଛି ଆକ୍ରାନ୍ତଙ୍କ ସଂଖ୍ୟା । ସେହିଅନୁଯାୟୀ ରାଜ୍ୟରେ ପୁଣି ଆଉ ୯୮୬ ନୂତନ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫୭୨ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ୪୧୪ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଏବଂ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେଜଣ ରହିଛନ୍ତି ସେଥିପାଇଁ ରାଜ୍ୟ ସୂଚନା ଏବଂ ଲୋକ ସମ୍ପର୍କ ବିଭାଗର ଟ୍ୱିଟ ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
Covid-19 Report For 11th November
New Positive Cases: 986
In Quarantine: 572
Local Contacts: 414(Details of local contacts will be shared by concerned District Administration)
District Wise Cases:
1. Angul: 64
2. Balasore: 43
3. Bargarh: 34
4. Bhadrak: 10
5. Balangir: 26— I & PR Department, Odisha (@IPR_Odisha) November 12, 2020
22. Mayurbhanj: 57
23. Nawarangpur: 15
24. Nayagarh: 10
25. Nuapada: 38
26. Puri: 32
27. Rayagada: 16
28. Sambalpur: 16
29. Sonepur: 3
30. Sundargarh: 80
31. State Pool: 23New recoveries: 1340
Cumulative tested: 5122938
Positive: 305986
Recovered: 292477
Active cases: 11973— I & PR Department, Odisha (@IPR_Odisha) November 12, 2020
ଅନ୍ୟପଟେ ରାଜ୍ୟରେ ସୁସ୍ଥ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ସେହିଅନୁଯାୟୀ ପୁଣି ଆଉ ୧୩୪୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ଏବେ ରାଜ୍ୟରେ ମୋଟ କରାନା ଆକ୍ରାନ୍ତଙ୍କ ସଂଖ୍ୟା ୩୦୫୯୮୬ ହୋଇଥିବା ବେଳେ ୨୯୨୪୭୭ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରି ସାରିଲେଣି ଏବଂ ୧୧୯୭୩ ଟି ସକ୍ରିୟ ମାମଲା ରହିଛି ।