ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପ୍ରତ୍ୟେକ ଦିନ ରାଜ୍ୟରେ କରୋନାର ନୂତନ ମାମଲା ସାମ୍ନାକୁ ଆସୁଛି । ପୂର୍ବ ଅପେକ୍ଷା ଏବେ କରୋନା ପ୍ରକୋପ କମିବାରେ ଲାଗିଛି । ଏଇ କିଛି ଦିନ ତଳେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଶହ ତଳେ ରହିଥିବା ବେଳେ ଏବେ କିନ୍ତୁ ୨ ଶହ ଉପରେ ରହିଛି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ନୂତନ ୨୪୫ ନୂତନ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୪୧ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ୧୦୪ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଏବଂ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେଜଣ ରହିଛନ୍ତି ସେଥିପାଇଁ ରାଜ୍ୟ ସୂଚନା ଏବଂ ଲୋକ ସମ୍ପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
Covid-19 Report For 7th January, 2021
New Positive Cases: 245
In quarantine: 141
Local contacts: 104(Details of local contacts will be shared by concerned Dist Administration)
District Wise Cases:
1. Angul: 20
2. Balasore: 16
3. Bargarh: 13
4. Bhadrak: 3
5. Balangir: 40— I & PR Department, Odisha (@IPR_Odisha) January 8, 2021
22. Sonepur: 4
23. Sundargarh: 29
24. State Pool: 5New recoveries: 282
Cumulative tested: 7111212
Positive: 331396
Recovered: 327290
Active cases: 2163— I & PR Department, Odisha (@IPR_Odisha) January 8, 2021
ଅନ୍ୟପଟେ ରାଜ୍ୟରେ ସୁସ୍ଥ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ସେହିଅନୁଯାୟୀ ପୁଣି ଆଉ ୨୮୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ଏବେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩୧୩୯୬ ହୋଇଥିବା ବେଳେ ୩୨୭୨୯୦ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରି ସାରିଲେଣି ଏବଂ ୨୧୬୩ ଟି ସକ୍ରିୟ ମାମଲା ରହିଛି ।