ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପ୍ରତ୍ୟେକ ଦିନ ରାଜ୍ୟରେ ନୂତନ ମାମଲା ସାମ୍ନାକୁ ଆସୁଥିବା ବେଳେ ପୂର୍ବାପେକ୍ଷା ଏବେ ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି । ସେହିଅନୁଯାୟୀ ଏବେ ରାଜ୍ୟରେ ଦେଢ ଶହ ଛୁଇଁଛି ଆକ୍ରାନ୍ତଙ୍କ ସଂଖ୍ୟା । ଯାହାଫଳରେ ଏବେ ତଳମୁହାଁ ହୋଇଛି କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ୧୫୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୮୯ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୬୧ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
Covid-19 Report For 23rd January, 2021
New positives: 150
In quarantine: 89
Local contacts: 61(Details of local contacts will be shared by concerned District Administration)
District Wise Cases:
1. Angul: 4
2. Balasore: 7
3. Bargarh: 18
4. Bhadrak: 7
5. Balangir: 5— I & PR Department, Odisha (@IPR_Odisha) January 24, 2021
23. Sonepur: 2
24. Sundargarh: 22
25. State Pool: 1New recoveries: 205
Cumulative tested: 7548428
Positive: 334300
Recovered: 330962
Active cases: 1380— I & PR Department, Odisha (@IPR_Odisha) January 24, 2021
ଅନ୍ୟପଟେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ହେଉଛି । ଏବେ ପୁଣି ନୂତନ ୨୦୫ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୪୩୦୦ ରହିଥିବା ବେଳେ ଏହି ରୋଗରୁ ୩୩୦୯୬୨ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଛନ୍ତି ଏବଂ ୧୩୮୦ ଜଣ ଚିକିତ୍ସିତ ହେଉଛନ୍ତି ।