ଭୁବନେଶ୍ୱର (ଏଟିଆର ବ୍ୟୁରୋ): କରୋନା ଭାଇରସରେ ଲାଗୁନି ବ୍ରେକ୍ । ବଢିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ଏବେ ରାଜ୍ୟରେ ସ୍ଥିତି ସାଂଘାତିକ ହେବାକୁ ଲାଗିଲାଣି । ରାଜ୍ୟରେ ପୁଣି ଆଉ ୭୫୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫୦୮ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୨୪୭ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
Covid-19 Report For 9th July
New Positive Cases: 755
In Quarantine: 508
Local Contacts: 247(Details of local contacts will be shared by concerned Dist Administration)
District Wise Cases
1. Angul: 3
2. Balasore: 9
3. Bargarh: 1
4. Bhadrak: 2
5. Bolangir: 12
6. Cuttack: 55— I & PR Department, Odisha (@IPR_Odisha) July 10, 2020
ଆଜି ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି ଆସନ୍ତୁ ନଜର ପକାଇବା । ଅନୁଗୁଳରୁ ୩, ବାଲେଶ୍ୱରରୁ ୯, ବରଗଡରୁ ୧, ଭଦ୍ରକରୁ ୨, ବଲାଙ୍ଗିରରୁ ୧୨, କଟକରୁ ୫୫, ଦେଓଗଡରୁ ୪, ଢେଙ୍କାନାଳରୁ ୪, ଗଜପତିରୁ ୩୦, ଗଞ୍ଜାମରୁ ୩୨୦, ଜଗତସିଂହପୁରରୁ ୫, ଯାଜପୁରରୁ ୮୬, କନ୍ଧମାଳରୁ ୨, କେନ୍ଦ୍ରପଡାରୁ ୫, କେନ୍ଦୁଝରରୁ ୩୨, ଖୋର୍ଦ୍ଧାରୁ ୫୯, କୋରାପୁଟରୁ ୫, ମାଲକାନାଗିରିରୁ ୧୮, ମୟୂରଭଞ୍ଜରୁ ୧୨, ନୟାଗଡରୁ ୧୬, ପୁରୀରୁ ୧୧, ସମ୍ବଲପୁରରୁ ୨ ଏବଂ ସୁନ୍ଦରଗଡରୁ ୬୨ଜଣ ରହିଛନ୍ତି ।
23. Sundargarh: 62
New Recoveries: 401
Cumulative Tested: 321443
Positive: 11956
Recovered: 7407
Active Cases: 4476— I & PR Department, Odisha (@IPR_Odisha) July 10, 2020
ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୯୫୬କୁ ବୃଦ୍ଧି ପାଇଛି । ସେଥିରୁ ୭୪୦୭ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଥିବା ବେଳେ ୪୪୭୬ ଜଣ ଚିକିତ୍ସିତ ହେଉଛନ୍ତି ।