ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଥମିବାର ନାଁ ଧରୁନି । ରାଜ୍ୟରେ ପୁଣି ଆଉ ୪୯୪ ନୂତନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୨୨ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୧୭୨ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
Covid-19 Report For 15th July
New Positive Cases: 494
In Quarantine: 322
Local Contacts: 172(Details of local contacts will be shared by concerned District Administration)
Dist Wise Cases
1. Angul: 1
2. Balasore: 21
3. Bhadrak: 7
4. Bolangir: 3
5. Boudh: 2
6. Cuttack: 38— I & PR Department, Odisha (@IPR_Odisha) July 16, 2020
ରାଜ୍ୟରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳର ୧, ବାଲେଶ୍ୱରର ୨୧, ଭଦ୍ରକର ୭, ବଲାଙ୍ଗିରର ୩, ବୌଦ୍ଧ ୨, କଟକର ୩୮, ଗଞ୍ଜାମର ୨୪୬, ଜଗତସିଂହପୁରର ୧, ଯାଜପୁରର ୧୫, କଳାହାଣ୍ଡିର ୨, କେନ୍ଦ୍ରପଡାର ୧୧, କେନ୍ଦୁଝରର ୧୦, ଖୋର୍ଦ୍ଧାର ୬୪, କୋରାପୁଟର ୪, ମାଲକାନାଗିରିର ୪, ମୟୂରଭଞ୍ଜର ୧୪ , ନବରଙ୍ଗପୁର ୪, ନୟାଗଡର ୧୬, ପୁରୀର ୭, ରାୟଗଡାର ୧, ସୁନ୍ଦରଗଡର ୧୦ ଏବଂ ସମ୍ବଲପୁରର ୪ ଜଣ ରହିଛନ୍ତି । ସର୍ବମୋଟ ୨୩ ଟି ଜିଲ୍ଲାର ୪୯୪ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
New Recoveries: 612
Cumulative Tested: 361920
Positive: 15392
Recovered: 10476
Active Cases: 4813— I & PR Department, Odisha (@IPR_Odisha) July 16, 2020
ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୩୯୨ କୁ ବୃଦ୍ଧି ପାଇଛି । ସେଥିରୁ ୧୦୪୭୬ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଥିବା ବେଳେ ୪୮୧୩ ଜଣ ଚିକିତ୍ସିତ ହେଉଛନ୍ତି ।