ଭୁବନେଶ୍ୱର (ଏଟିଆର ବ୍ୟୁରୋ): କଲବଲ କରୁଛି କରୋନା । ଉଦବେଗଜନକ ଭାବେ ରାଜ୍ୟରେ ବଢିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ଥମିବାର ନାଁ ଧରୁନି । ରାଜ୍ୟରେ ପୁଣି ଆଉ ୧୩୨୦ ନୂତନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୮୮୭ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୪୩୩ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
Covid-19 Report For 24th July
New Positive Cases: 1320
In Quarantine: 887
Local Contacts: 433(Details of local contacts will be shared by concerned District Administration)
District Wise Cases
1. Angul: 6
2. Balasore: 23
3. Bargarh: 14
4. Bhadrak: 28
5. Balangir: 9— I & PR Department, Odisha (@IPR_Odisha) July 25, 2020
ରାଜ୍ୟରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳର ୬, ବାଲେଶ୍ୱରର ୨୩, ବରଗଡର ୧୪,ଭଦ୍ରକର ୨୮, ବଲାଙ୍ଗିରର ୯, କଟକର ୪୭, ଦେଓଗଡର ୧, ଗଜପତିର ୯୦, ଗଞ୍ଜାମର ୫୬୦, ଜଗତସିଂହପୁରର ୩, ଯାଜପୁରର ୨୩, ଝାରସୁଗୁଡାର ୨, କଳାହାଣ୍ଡିର ୧, କନ୍ଧମାଳର ୩୯, କେନ୍ଦ୍ରାପଡାର ୧, କେନ୍ଦୁଝରର ୨୪, ଖୋର୍ଦ୍ଧାର ୧୭୪, କୋରାପୁଟର ୩୦, ନୟାଗଡର ୩୮, ନୂଆପଡାର ୪, ପୁରୀର ୯୦, ରାୟଗଡାର ୬୫, ସୋନପୁର ୧ ଏବଂ ସୁନ୍ଦରଗଡର ୪୭ ଜଣ ରହିଛନ୍ତି । ସର୍ବମୋଟ ୨୪ ଟି ଜିଲ୍ଲାର ୧୩୨୦ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
23. Sonepur: 1
24. Sundargarh: 47New Recoveries: 808
Cumulative Tested: 446311
Positive: 24013
Recovered: 15200
Active Cases: 8650— I & PR Department, Odisha (@IPR_Odisha) July 25, 2020
ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪୦୧୩ କୁ ବୃଦ୍ଧି ପାଇଛି । ସେଥିରୁ ୧୫୨୦୦ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଥିବା ବେଳେ ୮୬୫୦ ଜଣ ଚିକିତ୍ସିତ ହେଉଛନ୍ତି ।