ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଦିନକୁ ଦିନ ଚିନ୍ତା ବଢାଉଛି କରୋନା । ଲାଗୁନି ବ୍ରେକ୍ । ପୁରା କଲବଲ କରି ରଖିଛି । ଉଦବେଗଜନକ ଭାବେ ରାଜ୍ୟରେ ବଢିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ପୁଣି ଆଉ ୧୩୮୪ ନୂତନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୮୮୯ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୪୯୫ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
Covid-19 Report For 3rd August
New Positive Cases: 1384
In Quarantine: 889
Local Contacts: 495(Details of local contacts will be shared by concerned District Administration)
DistrictWise Cases
1. Angul: 14
2. Balasore: 37
3. Bargarh: 10
4. Bhadrak: 40
5. Balangir: 5— I & PR Department, Odisha (@IPR_Odisha) August 4, 2020
ରାଜ୍ୟରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳର ୧୪, ବାଲେଶ୍ୱରର ୩୭, ବରଗଡର ୧୦,ଭଦ୍ରକର ୪୦,ବଲାଙ୍ଗିରର ୫, ବୌଦ୍ଧର ୨, କଟକର ୧୨୧, ଢେଙ୍କାନାଳର ୫୧,ଗଜପତିର ୩୮, ଗଞ୍ଜାମର ୨୮୮, ଜଗତସିଂହପୁରର ୨୦, ଯାଜପୁରର ୩୯, ଝାରସୁଗୁଡାର ୩, କଳାହାଣ୍ଡିର ୪୭, କନ୍ଧମାଳର ୬୨, କେନ୍ଦ୍ରାପଡାର ୧୨, କେନ୍ଦୁଝରର ୬୬, ଖୋର୍ଦ୍ଧାର ୨୦୧, କୋରାପୁଟର ୪୯, ମାଲକାନାଗିରିର ୩୪,ମୟୁରଭଞ୍ଜର ୨୮, ନବରଙ୍ଗପୁରର ୨, ନୟାଗଡର ୩୧, ନୂଆପଡାର ୩, ପୁରୀର ୩୪, ସମ୍ବଲପୁରର ୮୨, ସୋନପୁର ୧ ଏବଂ ସୁନ୍ଦରଗଡର୬୪ ଜଣ ରହିଛନ୍ତି । ସର୍ବମୋଟ ୨୮ ଟି ଜିଲ୍ଲାର ୧୩୮୪ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେପଟେ ଗତକାଲି ରାଜ୍ୟରେ ୧୧୧୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
22. Nawarangpur: 2
23. Nayagarh: 31
24. Nuapada: 3
25. Puri: 34
26. Sambalpur: 82
27. Sonepur: 1
28. Sundargarh: 64New Recoveries: 1119
Cumulative Tested: 570590
Positive: 37681
Recovered: 23073
Active Cases: 14350— I & PR Department, Odisha (@IPR_Odisha) August 4, 2020
ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୭୬୮୧ କୁ ବୃଦ୍ଧି ପାଇଛି । ସେଥିରୁ ୨୩୦୭୩ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଥିବା ବେଳେ ୧୪୩୫୦ ଜଣ ଚିକିତ୍ସିତ ହେଉଛନ୍ତି ।