ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଦିନକୁ ଦିନ ଉଗ୍ର ରୂପ ନେଉଛି କରୋନା । ଲାଗୁନି ବ୍ରେକ୍ । ପୁରା କଲବଲ କରି ରଖିଛି । ଉଦବେଗଜନକ ଭାବେ ରାଜ୍ୟରେ ବଢିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ପୁଣି ଆଉ ୧୩୩୭ ନୂତନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୮୧୫ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୫୨୨ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
Covid-19 Report For 4th August
New Positive Cases: 1337
In Quarantine: 815
Local Contacts: 522(Details of local contacts will be shared by concerned District Administration)
District Wise Cases
1. Angul: 4
2. Balasore: 31
3. Bargarh: 14
4. Bhadrak: 22
5. Balangir: 11— I & PR Department, Odisha (@IPR_Odisha) August 5, 2020
ରାଜ୍ୟରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳର ୪, ବାଲେଶ୍ୱରର ୩୧, ବରଗଡର ୧୪,ଭଦ୍ରକର ୨୨,ବଲାଙ୍ଗିରର ୧୧, ବୌଦ୍ଧର ୧, କଟକର ୧୬୮, ଢେଙ୍କାନାଳର ୫,ଗଜପତିର ୭୫, ଗଞ୍ଜାମର ୨୦୧, ଜଗତସିଂହପୁରର ୨୧, ଯାଜପୁରର ୨୪, ଝାରସୁଗୁଡାର ୧୦, କଳାହାଣ୍ଡିର ୧୩, କନ୍ଧମାଳର ୨୦, କେନ୍ଦ୍ରାପଡାର ୩୭, କେନ୍ଦୁଝରର ୮୦, ଖୋର୍ଦ୍ଧାର ୧୯୬, କୋରାପୁଟର ୩୧, ମାଲକାନାଗିରିର ୩୮,ମୟୁରଭଞ୍ଜର ୧୫, ନବରଙ୍ଗପୁରର ୭, ନୟାଗଡର ୬୦, ପୁରୀର ୭୩, ରାୟଗଡାର ୨୨ ସମ୍ବଲପୁରର ୭୨, ସୋନପୁର ୩ ଏବଂ ସୁନ୍ଦରଗଡର ୮୩ ଜଣ ରହିଛନ୍ତି । ସର୍ବମୋଟ ୨୮ ଟି ଜିଲ୍ଲାର ୧୩୩୭ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେପଟେ ଗତକାଲି ରାଜ୍ୟରେ ୧୪୦୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
22. Nawarangpur: 7
23. Nayagarh: 60
24. Puri: 73
25. Rayagada: 22
26. Sambalpur: 72
27. Sonepur: 3
28. Sundargarh: 83New Recoveries: 1409
Cumulative Tested: 585505
Positive: 39018
Recovered: 24482
Active Cases: 14267— I & PR Department, Odisha (@IPR_Odisha) August 5, 2020
ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯୦୧୮ କୁ ବୃଦ୍ଧି ପାଇଛି । ସେଥିରୁ ୨୪୪୮୨ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଥିବା ବେଳେ ୧୪୨୬୭ ଜଣ ଚିକିତ୍ସିତ ହେଉଛନ୍ତି ।