ପୁରୀ (ଏଟିଆର ବ୍ୟୁରୋ): କୋଭିଡ୧୯ କଟକଣା ଭିତରେ ଚଳିତବର୍ଷ ରଥଯାତ୍ରା ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଯାଇଛି । ଗତକାଲି ଭାଇ ଭଉଣୀଙ୍କୁ ନେଇ ନୀଳକନ୍ଦରକୁ ନୀଳାଦ୍ରିବିଜେ କରିଛନ୍ତି ମହାପ୍ରଭୁ । ଏବେ ରତ୍ନସିଂହାସନରେ ବିରାଜମାନ ଚତୁର୍ଦ୍ଧାମୂରତି । ସେହିପରି ଆଜିଠାରୁ ବାହାରିବ ନୀଳାଚଳ ଅବଢା । ଦିନ ୧୨ଟାରୁ ୧ ଟା ମଧ୍ୟରେ ମହାପ୍ରଭୁଙ୍କର ପ୍ରଥମ ନୀଳାଚଳ ଅବଢା ବାହାରିବ ।
ମାତ୍ର କରୋନା କଟକଟା ପାଇଁ ଭକ୍ତଙ୍କୁ ଶ୍ରୀମନ୍ଦିର ଭତିରକୁ ପ୍ରବେଶ ନିଷେଧ । ସେଥିପାଇଁ ମହାପ୍ରଭୁଙ୍କ ନୀଳାଚଳ ଅବଢା ପାଇଁ ଉତ୍ତରପାଶ୍ୱର୍ ମଠରେ ଏକ ଅସ୍ଥାୟୀ କାଉଣ୍ଟର ଖୋଲାଯାଇଛି । ଏହାସହିତ ଅବଢା ପାଇଁ ମୋବାଇଲ କଲ ମାଧ୍ୟମରେ ବରାଦ ମଧ୍ୟ ଦେଇପାରିବେ ଭକ୍ତ ।
ରଥଯାତ୍ରା ସାରି ନୀଳାଦ୍ରିବିଜେ କରିବା ପରେ ରତ୍ନସିଂହାରେ ବିଜରାଜମାନ କରିଥାନ୍ତି ମହାପ୍ରଭୁ । ଏହାପରେ ପ୍ରଥମଦିନରେ ଯେଉଁ ଅବଢା ବାହାରେ ତାକୁ ନୀଳାଚଳ ଅବଢା ବୋଲି କୁହାଯାଇଥାଏ ।