ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଜାରି ରହିଛି କରୋନା ଆତଙ୍କ । ଅଗଷ୍ଟ ମାସ ଆରମ୍ଭରୁ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ମାତ୍ରାରେ ବଢି ଚାଲିଛି । ଥମିବାର ନାଁ ଧରୁନି । ରାଜ୍ୟରେ ପୁଣି ଆଉ ୧୫୨୮ ନୂତନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯୪୮ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୫୮୦ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
Covid-19 Report For 9th August
New Positive Cases: 1528
In quarantine: 948
Local contacts: 580(Details of local contacts will be shared by concerned District Administration)
District Wise Cases
1. Angul: 8
2. Balasore: 43
3. Bargarh: 10
4. Bhadrak: 70
5. Balangir: 59— I & PR Department, Odisha (@IPR_Odisha) August 10, 2020
ରାଜ୍ୟରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ଚିହ୍ନଟ ହୋଇଛନ୍ତି ନଜର ପକାନ୍ତୁ । ଅନୁଗୁଳର ୮, ବାଲେଶ୍ୱରର ୪୩, ବରଗଡର ୧୦,ଭଦ୍ରକର ୭୦,ବଲାଙ୍ଗିରର ୫୯, ବୌଦ୍ଧର ୭, କଟକର ୭୨, ଢେଙ୍କାନାଳର ୧୦୭,ଗଜପତିର ୩୧, ଗଞ୍ଜାମର ୨୩୩, ଜଗତସିଂହପୁରର ୨୨, ଯାଜପୁରର ୩୩, ଝାରସୁଗୁଡାର ୯, କଳାହାଣ୍ଡିର ୩୧, କନ୍ଧମାଳର ୧୭, କେନ୍ଦ୍ରାପଡାର ୧୭, କେନ୍ଦୁଝରର ୫, ଖୋର୍ଦ୍ଧାର ୨୧୮, କୋରାପୁଟର ୬୭, ମାଲକାନାଗିରିର ୩୮,ମୟୁରଭଞ୍ଜର ୨୨, ନବରଙ୍ଗପୁରର ୨୩, ନୟାଗଡର ୩୨, ନୂଆପଡାର ୨,ପୁରୀର ୨୬, ରାୟଗଡାର ୨୭, ସମ୍ବଲପୁରର ୧୬୮, ସୋନପୁର ୫ ଏବଂ ସୁନ୍ଦରଗଡର ୧୨୬ ଜଣ ରହିଛନ୍ତି । ସର୍ବମୋଟ ୨୯ ଟି ଜିଲ୍ଲାର ୧୫୨୮ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେପଟେ ଗତକାଲି ରାଜ୍ୟରେ ୧୫୪୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
22. Nawarangpur: 23
23. Nayagarh: 32
24. Nuapada: 2
25. Puri: 26
26. Rayagada: 27
27. Sambalpur: 168
28. Sonepur: 5
29. Sundargarh: 126New Recoveries: 1543
Cumulative Tested: 669266
Positive: 47455
Recovered: 31784
Active Cases: 15334— I & PR Department, Odisha (@IPR_Odisha) August 10, 2020
ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୭୪୫୫ କୁ ବୃଦ୍ଧି ପାଇଛି । ସେଥିରୁ ୩୧୭୮୪ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଥିବା ବେଳେ ୧୫୩୩୪ ଜଣ ଚିକିତ୍ସିତ ହେଉଛନ୍ତି ।