ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନ ସ୍ଥିତି ବିଗିଡିବାରେ ଲାଗିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ ଅଗଷ୍ଟ ମାସ ଆରମ୍ଭରୁ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ମାତ୍ରାରେ ବଢି ଚାଲିଛି । ରାଜ୍ୟରେ ପୁଣି ଆଉ ୨୮୯୮ ନୂତନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୭୯୨ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୧୧୦୬ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
Covid-19 Report For 19th August
New Positive Cases: 2898
In quarantine: 1792
Local contacts: 1106(Details of local contacts will be shared by concerned District Administration)
District Wise Cases
1. Angul: 16
2. Balasore: 140
3. Bargarh: 9
4. Bhadrak: 107
5. Balangir: 173— I & PR Department, Odisha (@IPR_Odisha) August 20, 2020
ରାଜ୍ୟରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ଚିହ୍ନଟ ହୋଇଛନ୍ତି ନଜର ପକାନ୍ତୁ । ଅନୁଗୁଳର ୧୬, ବାଲେଶ୍ୱରର ୧୪୦, ବରଗଡର ୯,ଭଦ୍ରକର ୧୦୭,ବଲାଙ୍ଗିରର ୧୭୩, ବୌଦ୍ଧର ୧, କଟକର ୨୪୧, ଢେଙ୍କାନାଳର ୪୪,ଗଜପତିର ୫୩, ଗଞ୍ଜାମର ୨୨୬, ଜଗତସିଂହପୁରର ୮୪, ଯାଜପୁରର ୬୯, ଝାରସୁଗୁଡାର ୪୯, କଳାହାଣ୍ଡିର ୭୬, କନ୍ଧମାଳର ୬୩, କେନ୍ଦ୍ରାପଡାର ୫୭, କେନ୍ଦୁଝରର ୩୫, ଖୋର୍ଦ୍ଧାର ୫୨୪, କୋରାପୁଟର ୧୩୨, ମାଲକାନାଗିରିର ୫୬,ମୟୁରଭଞ୍ଜର ୫୩, ନବରଙ୍ଗପୁରର ୩୭, ନୟାଗଡର ୨୩୨, ନୂଆପଡାର ୮,ପୁରୀର ୧୦୪, ରାୟଗଡାର ୧୦୫, ସମ୍ବଲପୁରର ୭୭, ସୋନପୁର ୨୩ ଏବଂ ସୁନ୍ଦରଗଡର ୧୦୧ ଜଣ ରହିଛନ୍ତି । ସେପଟେ ଗତକାଲି ରାଜ୍ୟରେ ୧୬୨୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
21. Malkangiri: 56
22. Mayurbhanj: 53
23. Nawarangpur: 37
24. Nayagarh: 232
25. Nuapada: 8
26. Puri: 104
27. Rayagada: 105
28. Sambalpur: 77
29. Sonepur: 23
30. Sundargarh: 101New Recoveries: 1621
Cumulative Tested: 11,15,947
Positive: 70020
Recovered: 46935
Active Cases: 22651— I & PR Department, Odisha (@IPR_Odisha) August 20, 2020
ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୦୦୨୦ କୁ ବୃଦ୍ଧି ପାଇଛି । ସେଥିରୁ ୪୬୯୩୫ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଥିବା ବେଳେ ୨୨୬୫୧ ଜଣ ଚିକିତ୍ସିତ ହେଉଛନ୍ତି ।