ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଆଜିଠୁ ଆରମ୍ଭ ହେବାକୁ ଯାଉଛି ପାରାଲମ୍ପିକ୍ସ କ୍ରୀଡାର ୧୬ତମ ସଂସ୍କରଣ । ଅନ୍ତଜାର୍ତିୀୟ ପାରାଲମ୍ପିକ୍ସ କମିଟି ଆନୁକୂଲ୍ୟରେ ହେବାକୁ ଥିବା ଏହି ପ୍ରତିଯୋଗିତାରେ ସେପ୍ଟେମ୍ବର ୫ ତାରିଖ ପର୍ଯ୍ୟନ୍ତ ଚାଲିବ । ୨୨ ଟି କ୍ରୀଡାରେ ୫୯୩ ଟି ଇଭେଣ୍ଟଆୟୋଜନ କରାଯିବ । ୧୬୨ ଦେଶର ୪,୪୦୦ ଖେଳାଳୀ ଏଥିରେ ଅଂଶ ଗ୍ରହଣ କରି ନିଜ ଦେଶ ପାଇଁ ପଦକ ଜିତି ଇରିହାସ ଇତିହାସ ଆଶା ବାନ୍ଧିଛନ୍ତି ।
ଜାପାନର ସମ୍ରାଟ ନାରୁହିତୋଙ୍କ ଦ୍ୱାରା ଆଜି ଏହା ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି । ପ୍ରକୃତ କଥା ଏହି ପ୍ରତିଯୋଗିତା ୨୦୨୦ ଅଗଷ୍ଟଚ ୨୫ ରୁ ସେପ୍ଟମ୍ବର ୬ ପର୍ଯ୍ୟନ୍ତ ହେବାର ଥିଲା । କିନ୍ତୁ କରୋନା ମହାମାରୀ ହେବା କାରଣରୁ ଏହା ସ୍ଥଗିତ ରଖାଯାଇଥିଲା । ଅଲମ୍ପିକ୍ସ ପରି ପାରାଅଲମ୍ପିକ୍ସ ମଧ୍ୟ ବିନା ଦର୍ଶକରେ ଅନୁଷ୍ଠିତ ହେବ । ଭାରତର ୫୪ ପ୍ରତିଯୋଗିତା ୯ ଟି ଇଭେଣ୍ଟରେ ଅଂଶଗ୍ରହଣ କରିବେ । ଏହି ଉଦଘାଟନରେ ଭାରତର ୬ ଜଣ ଅଫିସିଆଲ ଓ ୫ ଜଣ ଆଥଲେଟ ଯୋଗଦେବେ ।