ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଥମୁନି କରୋନା ପ୍ରକୋପ । ହୁ ହୁ ହୋଇ ବଢି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ପୁଣି ଆଉ ୨୬୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୩୪ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୩୦ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
COVID-19 REPORT FOR 27th JUNE
New positive Cases: 264
In quarantine: 234
Local contacts: 30(Details of local contacts will be shared by concerned District Administration)
DIstrict Wise Cases
1. Khordha: 15
2. Jharsuguda: 18
3. Koraput: 1
4. Jajpur: 41
5. Keonjhar: 25— I & PR Department, Odisha (@IPR_Odisha) June 28, 2020
ଆଜି ଚିହ୍ନଟ ହୋଇଥିବା ୨୬୪ ଜଣଙ୍କ ମଧ୍ୟରୁ ଖୋର୍ଦ୍ଧାର ୧୫, ଝାରସୁଗୁଡାର ୧୮, କୋରାପୁଟର ୧, ଯାଜପୁରର ୪୧, କେନ୍ଦୁଝରର ୨୫, ମାଲକାନାଗିରର ୨, ଭଦ୍ରକର ୧, କନ୍ଧମାଳର ୧, ବରଗଡର ୧୮, ନୂଆପଡାର ୧, ବାଲେଶ୍ୱରର ୧୨, କଟକର ୧୨, ଅନୁଗୁଳର ୪, ଜଗତସିଂହପୁରର ୪, ଗଞ୍ଜାମର ୭୬, ନୟାଗଡର ୨, ଗଜପତିର ୧, ପୁରୀର ୭, ସୁନ୍ଦରଗଡର ୪, କଳାହାଣ୍ଡିର ୧, ସମ୍ବଲପୁରର ୧, ବଲାଙ୍ଗିରର ୨ ଏବଂ ମୟୂରଭଞ୍ଜର ୧୫ ଜଣ ରହିଛନ୍ତି ।
23. Mayurbhanj: 15
New recoveries: 184
Cumulative tested: 255809
Positive: 6614
Recovered: 4606
Active Cases: 1980— I & PR Department, Odisha (@IPR_Odisha) June 28, 2020
ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୬୧୪ କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ୪୬୦୬ ଜଣ ସୁସ୍ଥ ହୋଇ ସାରିଲେଣି ଏବଂ ୧୯୮୦ ଜଣ ଚିକିତ୍ସିତ ହେଉଛନ୍ତି ।