ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମହାମାରୀ କରୋନା ପାଇଁ ସାରା ବିଶ୍ୱ କଲବଲ ହେଉଥିବା ବେଳେ ଏହାକୁ ମାତ୍ ଦେବା ଲାଗି ଟୀକା ପରୀକ୍ଷଣରେ ଲାଗି ପଡିଛନ୍ତି ବୈଜ୍ଞାନିକ । ଏହାରି ମଧ୍ୟରେ ଡବ୍ଲ୍ୟୁଏଚଓ ପକ୍ଷରୁ ଏକ ଖବର ସାମ୍ନାକୁ ଆସିଛି । ମଙ୍ଗଳବାର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ର ପ୍ରମୁଖ ଟେଡ୍ରୋସ ଅଧାନୋମ ଘେବ୍ରେୟେସସ କହିଛନ୍ତି କି , କରୋନାରୁ ରକ୍ଷା ପାଇବା ପାଇଁ ବିକସିତ କରାଯାଉଥିବା ଟୀକା ପ୍ରସ୍ତୁତ ହୋଇଗଲେ ବି ଏହାର କୌଣସି ଗ୍ୟାରେଣ୍ଟି ନାହିଁ । ଅର୍ଥାତ ଏହି ଟୀକା କାମ କରିବ କି ନାହିଁ ତାହା ଏବେ କୁହାଯାଇ ପାରିବ ନାହିଁ । ଏନେଇ ସ୍ୱାସ୍ଥ୍ୟ ସଂଗଠନ ପାଖରେ କୌଣସି ଗ୍ୟାରେଣ୍ଟି ନାହିଁ ।
ଏକ ଭର୍ଚୁଆଲ ସାମ୍ବାଦିକ ସମ୍ମିଳନୀରେ ଡବ୍ଲ୍ୟୁଏଚଓ ପକ୍ଷରୁ ଏନେଇ ସୂଚନା ମିଳିଛି । ସେ କହିଛନ୍ତି କି, କୌଣସି ଗ୍ୟାରେଣ୍ଟି ନାହିଁ କି ବିକସିତ ପର୍ଯ୍ୟାୟରେ ଟୀକା କାମ କରିବ । ଯେତିକି ଅଧିକ ସ୍ୱଂୟସେବକ ଟୀକାର ପରୀକ୍ଷଣ କରାଯିବ,ସେହିଅନୁସାରେ ଏକ ଭଲ ଟୀକାର ବିକାସରେ ସେତିକି ଭଲ ମଉକା ମିଳିବ । ଏହି ମହାମାରୀରୁ ରକ୍ଷା ପାଇବା ପାଇଁ ସ୍ୱୟଂସେବକ ମାଧ୍ୟମର ପାଖାପାଖି ୨୦୦ ଟୀକା ବିକସିତ କରାଯାଉଛି ।