କଟକ (ଏଟିଆର ବ୍ୟୁରୋ): ଏବେ ଟୀକାକରଣ ଉପରେ ଅଧିକ ଫୋକସ ରହିଥିବା ବେଳେ ଇଦ୍-ଉଲ-ଫିତର ଛୁଟି ଦିନ ପାଇଁ ଆଜି କଟକ ସହରରେ ବନ୍ଦ ରହିଛି ଟୀକାକରଣ । ସହରରେ ଟୀକା ଦିଆ ଯାଉ ନାହିଁ । ଏନେଇ ସୂଚନା ଦେଇଛନ୍ତି କଟକ ମ୍ୟୁନିସିପାଲ କର୍ପୋରେସନ କମିଶନର ଅନନ୍ୟା ଦାସ ।
କିନ୍ତୁ ସହରର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଟୀକାକରଣ ଡ୍ରାଇଭ ଅନୁଷ୍ଠିତ ହୋଇଛି ।