ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ଏବେ ଦେଶରେ କରୋନା ଟୀକାକରଣ ପ୍ରକ୍ରିୟା ଜାରି ରହିଛି । ସେହିପରି ଏବେ ଆକ୍ରାନ୍ତଙ୍କ ସଂଖ୍ୟା ପୂର୍ବାପେକ୍ଷା ହ୍ରାସ ପାଇବାରେ ଲାଗିଛି । କରୋନାକୁ ମାତ୍ ଦେବା ପାଇଁ ଦେଶରେ ଲଢେଇ ଜାରି ରହିଥିବା ବେଳେ ଏହି ଯୁଦ୍ଧରେ ଓଡିଶା ସରକାର ପ୍ରଶଂସା ହାତେଇଛନ୍ତି । ଟୀକାକରଣକୁ ନେଇ ସସସ୍ତ ରାଜ୍ୟର ଟୀକାକରଣ ଷ୍ଟାଟସର ବୈଠକ ନେଇଥିଲେ କେନ୍ଦ୍ର ସରକାର । ଏଥିରେ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି କେନ୍ଦ୍ର ସରକାର ।
ବୈଠକରେ ଟୀକାକରଣର ବିଭିନ୍ନ ଦିଗକୁ ନେଇ ଆଲୋଚନା ହୋଇଥିଲା । ସର୍ବଭାରତୀୟ ସ୍ତରରେ ଟୀକାକରଣର ପ୍ରଦର୍ଶନ ଭଲ ରହିଛି ବୋଲି ଏଥିରେ କୁହାଯାଇଥିଲା । ଦେଖିବାକୁ ଗଲେ ରାଜ୍ୟରେ ପ୍ରତି ସେସନରେ ଆଭରେଜ୍ ୯୦ ହିତାଧିକାରୀଙ୍କୁ ଟୀକା ଯାଉଛି । ଯାହା ଅନ୍ୟ ରାଜ୍ୟ ଗୁଡିକ ତୁଳନାରେ ବହୁତ ଅଧିକ । ଏହାସହିତ ରାଜ୍ୟରେ ବହୁତ କମ ପାଶ୍ୱର୍ ପ୍ରତିକ୍ରିୟା ମାମଲା ସାମ୍ନାକୁ ଆସିଛି । ସେହିପରି ୧ ଲକ୍ଷ ୨୯ ହଜାର ୬୫୫ ଜଣ ସମ୍ମୁଖ ଯୋଦ୍ଧାକୁ ଟୀକା ଦିଆ ସରିଲାଣି । ଟାର୍ଗେଟ ଅନୁଯାୟୀ ୬୦ ପ୍ରତିଶତ ଅଧିକ ରହିଛି ।