ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ) କରୋନା ଟୀକାକୁ ନେଇ ଏକ ଆଶ୍ୱାସ୍ତିକର ଖବର ସାମ୍ନାକୁ ଆସିଛି । ମୁମ୍ବାଇର କେଇଏମ ହସ୍ପିଟାଲରେ ଅକ୍ସଫୋର୍ଡ ପକ୍ଷରୁ ପ୍ରସ୍ତୁତ କରାଯାଉଥିବା ଟୀକା କୋଭିସିଲ୍ଡ ର ମାନବ ପରୀକ୍ଷଣ କରାଯିବ । ୩ ଜଣଙ୍କ ଉପରେ ଶନିବାର ଏହି ପରୀକ୍ଷଣ କରାଯିବ । କେଇଏମ ଏକ ସରକାରୀ ହସ୍ପିଟାଲ ଏବଂ ମୁମ୍ବାଇର ପ୍ରଥମ ହସ୍ପିଟାଲ ଯେଉଁଠି କୌଣସି ଟୀକାର ମାନବ ପରୀକ୍ଷଣ କରାଯିବ । ଏନେଇ ହସ୍ପିଟାଲର ଡିନ୍ ସୂଚନା ଦେଇଛନ୍ତି ।
ଡିନ୍ କହିଛନ୍ତି କି , ଟୀକା ପାଇଁ ମୋଟ ୧୩ ଜଣଙ୍କୁ ସ୍କ୍ରିନିଂ କରାଯାଇଥିଲା ଏବଂ ସେଥିରୁ ୩ ଜଣଙ୍କୁ ପରୀକ୍ଷଣ ପାଇଁ ବଛଯାଇଛି । ଅକ୍ସଫୋର୍ଡ ଏଷ୍ଟ୍ରାଜେନେକା ପକ୍ଷରୁ ଏହି ଟୀକା ପ୍ରସ୍ତୁତ କରାଯାଉଛି । ଯାହାର ନାଁ ରହିଛି କୋଭିସିଲ୍ଡ ।
ଏହାବ୍ୟତିତ ମାନବ ପରୀକ୍ଷଣ ଭଳି ଅନ୍ୟ ବ୍ୟକ୍ତିଙ୍କୁ ପ୍ଲେସବୋ ଦିଆଯିବ । ଏହି ଟୀକାକୁ ପୁଣେର ସିରମ ଇଂଷ୍ଟିଚ୍ୟୁଟ ଦ୍ୱାରା ପ୍ରସ୍ତୁତ କରାଯାଇଛି । ଏହାକୁ ଆଜି ମାନବ ପରୀକ୍ଷଣ କରାଯିବ । ଅନ୍ୟପଟେ ଔଷଧୀୟ କମ୍ପାନୀ ଜନସନ୍ ଆଣ୍ଡ ଜନସନ୍ କମ୍ପାନୀ ର କରୋନା ଟୀକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ କରିବାର ଦାବି କରିଥିଲା କମ୍ପାନୀ ।