ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦୁନିଆରୁ କରୋନା ପ୍ରକୋନ କମିନଥିବା ବେଳେ କରୋନର ଦ୍ୱିତୀୟ ଷ୍ଟ୍ରେନ୍ ଆହୁରୀ ଅଧିକ ଚିନ୍ତା ବଢାଇଛି । ଏହାକୁ ଦୃଷ୍ଟିରେ ରଖି ଅକ୍ସଫୋର୍ଡ ୟୁନିଭରସିଟିର ବୈଜ୍ଞାନିକମାନେ ଏବେ ଟୀକା ପ୍ରସ୍ତୁତିରେ ଲାଗିଛନ୍ତି । ଯେଉଁମାନେ କରୋନାର ପ୍ରଥମ ଟୀକା ତିଆରି କରିବାରେ ଦାବି କରିଥିଲେ ।
ବୈଜ୍ଞାନିକଙ୍କ କହିବାନୁଯାୟୀ, ନୂତନ ଷ୍ଟ୍ରେନ ଉପରେ ଟୀକା ସଫଳ ହେବ । କିନ୍ତୁ ଏହାର ପ୍ରଭାବରେ ଅନ୍ତର ଆସିଲେ ପ୍ରୟୋଗଶାଳାର ସେଲ କଶ୍ଚର ଜରିଆରେ ଗୋଟେ ଦିନ ଭିତରେ ବରିପର୍ତ୍ତନ କରିବାର ସମ୍ଭାବନା ରହିଛି । ଏହାପରେ ନୂତନ ଷ୍ଟ୍ରେନ ଉପରେ ଟୀକା କାମ କରିବା । ସେପଟେ ଟୀକା ପରୀକ୍ଷଣର ପରିଣାମ ଫେବୃଆରୀ ମଧ୍ୟ ଭାଗ ସୁଧା ଆସିବ ବୋଲି ଅକ୍ସଫୋର୍ଡର ଜଣେ ବୈଜ୍ଞାନିକ କହିଛନ୍ତି ।
ସେ କହିଛନ୍ତି କି, ଭାଇରସର ପ୍ରତ୍ୟେକ ରୂପ ଉପରେ ନଜର ରଖିଛନ୍ି ଟିମ୍ ର ସଦସ୍ୟ । କମ୍ପାନୀର ଚେଷ୍ଟା ରହିଛି କି, ଯଦି ଟୀକାରେ କୌଣସି ପ୍ରକାରର ପରିବବର୍ତ୍ତନ ହୁଏ ଏହାପରେ ବି ଟୀକା ଉତ୍ପାଦନ ଏବଂ ବିତରଣରେ କୌଣସି ଫରକ ପଡିବ ନାହିଁ ।