ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । କିଛି କ୍ଷେତ୍ରରେ ଲକ୍ଷଣଯୁକ୍ତ କରୋନା ପଜିଟିଭ ଚିହ୍ନଟ ହେଉଥିବା ବେଳେ ଆଉ କିଛି କ୍ଷେତ୍ରରେ ଲକ୍ଷଣହୀନ କରେନା ପଜିଟିଭ ଚିହ୍ନଟ ହେଉଛନ୍ତି । ଏହି ଲକ୍ଷଣହୀନ କରେନା ରୋଗୀଙ୍କୁ ହୋମ୍ ଆଇସୋଲେସନ ରେ ରହିବାକୁ ଅନୁମତି ଦିଆଯାଉଛି । କିନ୍ତୁ କିଛି କ୍ଷେତ୍ରରେ ହୋମ ଆଇସୋଲେସନ ର ସୁବିଧା ନଥିବାରୁ ଲୋକେ ପେଡ୍ ଆଇସୋଲେସନ ରେ ରହିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ଏବେ ବିଏମସି ଏକ ନୂତନ ସୁବିଧା ଆରମ୍ଭ କରିଛି । ତାହା ହେଉଛି ପେଡ୍ ଆଇସୋଲେସନ ବ୍ୟବସ୍ଥା । ଏଣିକି ସର୍ତ୍ତମୂଳକ ଭାବେ କରୋନା ଆକ୍ରାନ୍ତ ପେଡ୍ ଆଇସୋଲେସନ ରେ ନଜସ୍ୱ ଖର୍ଚ୍ଚରେ ରହିପାରିବେ । ସେଥଇପାଇଁ ଭୁବନେଶ୍ୱରର ୩ ଟି ହୋଟେଲରେ ପେଡ୍ ଆଇସୋଲେସନ ବ୍ୟବସ୍ଥା କରାଯାଇଛି । ଏଠାରେ କେବଳ ଲକ୍ଷଣହୀନ କରୋନା ପଜିଟିଭଙ୍କୁ ରହିବାକୁ ଅନୁମତି ମିଳିବ ।
Now, paid isolation facilities available in the BMC area.
The COVID positive patients who are clinically assigned as asymptomatic can avail this facility.
The details of the hotel along with contact number & concerned Medical officer is attached in the order. #BbsrFightsCOVID pic.twitter.com/M2TSr909vl— BMC (@bmcbbsr) August 19, 2020
ଆଇସୋଲେସନ ଗାଇଡଲାଇନ ଅନୁସାରେ ଜଣେ ରୋଗୀ ସର୍ବନିମ୍ନ ୧୦ ଦିନ ଏଠାରେ ରହିପାରିବେ । ସେମାନଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ବିଏମସି ପକ୍ଷରୁ ଦୁଇ ଜଣ ମେଡିକାଲ ଅଫିସରଙ୍କୁ ନିୟୋଜିତ କରାଯାଇଛି । ମେଡିକାଲ ଅଫିସର ଫୋନ ଯୋଗେ ଆକ୍ରାନ୍ତ ସ୍ୱାସ୍ଥ୍ୟବସ୍ଥା ବୁଝିବେ । ଏହାସହିତ ଯଦି କୌଣସି ରୋଗୀଙ୍କ ସ୍ୱାସ୍ଥ୍ୟ ବିଗିଡେ ତେବେ ତାଙ୍କ ନିକଟକୁ ଡାକ୍ତର ଯାଇ ଯାଞ୍ଚ କରିବା ସହ ହସ୍ପିଟାଲକୁ ସ୍ଥାନାନ୍ତର ପାଇଁ ପଦକ୍ଷେପ ନେବେ । ସେହିପରି ରୋଗୀ ପେଡ ଆଇସୋଲେସନ ରେ ୧୦ ଦିନି ରହିବା ପରେ ଆଉ ୭ ଦିନ ହୋମ କ୍ୱାରେଣ୍ଟାଇନ୍ ରହିବେ ।