ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶର ଅନେକ ରାଜ୍ୟରେ କରୋନା ସଂକ୍ରମଣର ଅସମ୍ଭାଳ ସ୍ଥିତିକୁ ଦୃଷ୍ଟିରେ ରଖି କିଛି ଔଷଧ କମ୍ପାନୀ ପକ୍ଷରୁ ଜରୁରୀକାଳୀନ ସ୍ଥିତିରେ କୋଭିଡ୧୯ ଟୀକା ବ୍ୟବହାର କରିବା ପାଇଁ କେନ୍ଦ୍ରକୁ ଅନୁମତି ମଗାଯାଇଛି ।
ଔଷଧ କମ୍ପାନୀ ଗୁଡିକ ଏହି ସମ୍ବନ୍ଧରେ ପ୍ରସ୍ତାବ ପ୍ରସ୍ତୁତ କରିଛନ୍ତି । ଯାହା ଉପରେ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ ମିଳିବା ନିହାତି ଜରୁରୀ । ଏହି ପ୍ରସ୍ତାବକୁ ନେଇ ରାଷ୍ଟ୍ରୀୟ ଟାସ୍କ ଫୋର୍ସରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।
ଟାସ୍କ ଫୋର୍ସର ଜଣେ ସଦସ୍ୟ କହିଛନ୍ତି କି, ଦେଶରେ ଜରୁରୀକାଳୀନ ସ୍ଥିତିରେ ଟୀକା ବ୍ୟବହାର କରିବାକୁ ନେଇ ବିଚାର କରାଯାଉଛି । ହୁଏତ ଏପର୍ଯ୍ୟନ୍ତ ଏହି ଡକ୍ୟୁମେଣ୍ଟ ସମିତିରେ ଆଗତ କରାଯାଇ ନାହିଁ । କିନ୍ତୁ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ଟୀକା ପରୀକ୍ଷଣର ପରିଣାମର ଅଧ୍ୟନ କରିବା ଏବଂ ତାର ସମୀକ୍ଷା ଆଧାରରେ ଟୀକା ବ୍ୟବହାର ପାଇଁ ଅନୁମତି ଦିଆଯାଇ ପାରେ ।
ହୁଏତ ଏହାକୁ ନେଇ ସତର୍କତା ଅବଲମ୍ବନ କରିବାକୁ ହେବ କାରଣ ପ୍ରତ୍ୟେକ ବ୍ୟକ୍ତି ଟୀକା ଅପେକ୍ଷାରେ ରହିଛନ୍ତି । ଯଦି ଜରୁରୀକାଳୀନ ସ୍ଥିତିରେ ଟୀକା ବ୍ୟବହାର ପାଇଁ ଅଣାଯାଏ ତେବେ ବଜାରରେ ଏହାର ଚାହିଦା ଅଧିକ ବଢିଯିବ ।
କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ କହିଛନ୍ତି କି, ଏପର୍ଯ୍ୟନ୍ତ ଏଷ୍ଟ୍ରାଜେନେକା କମ୍ପାନୀ ର ଟୀକାର ଜରୁରୀକାଳୀନ ସ୍ଥିତିରେ ବ୍ୟବହାର ପାଇଁ ଅନୁମତି ମଗା ଯାଇଛି । ଏହି ଟୀକା ତୃତୀୟ ପର୍ଯ୍ୟାୟ ପରୀକ୍ଷଣର ଶେଷ ଷ୍ଟେଜ୍ରେ ରହିଛି ।