ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ବିଭିନ୍ନ ସ୍ଥାନରେ କରୋନା ଟୀକାକରଣ ଚାଲିଥିବା ବେଳେ ଗର୍ଭବତୀ ମହିଳା ମାନଙ୍କୁ ଆଜିଠୁ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଟୀକା ଦିଆଯିବ । ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ ଏବଂ ଅନ୍ୟ ସରକାରୀ ଟୀକାକରଣ କେନ୍ଦ୍ରମାନଙ୍କରେ କୋଭାକ୍ସିନ ଟୀକା ନେଇପାରିବେ ଗର୍ଭବତୀ ମହିଳା । ଗର୍ଭବତୀ ମହିଳାଙ୍କ ପାଇଁ ଟୀକାକରଣର ସମୟ ସକାଳ ୧୧ ଟାରୁ ଦିନ ଗୋଟାଏ ଯାଏଁ ରହିଛି ।
ଟୀକା ପାଇଁ ଗର୍ଭବତୀ ମହିଳାଙ୍କୁ ସ୍ଲଟ ବୁକିଂ କରିବାକୁ ପଡିବ ନାହିଁ । କେବଳ ଟୀକାକରଣ କେନ୍ଦ୍ରରେ ପରିଚୟ ପତ୍ର ଦେଖାଇ ଟୀକା ଦେଇପାରିବେ । ଏହାସହିତ କେବଳ ପ୍ରତ୍ୟେକ ବୁଧବାର ଏବଂ ଶନିବାର ଦିନ ହି ସରକାରୀ ଟୀକାକରଣ କେନ୍ଦ୍ରରେ ଟୀକା ନେଇପାରିବେ ଗର୍ଭବତୀ ମହିଳା ।
ରାଜ୍ୟରେ ଜୁଲାଇ ୧୭ ରୁ ଗର୍ଭବତୀ ମହିଳାଙ୍କ ପାଇଁ ଟୀକାକରଣ ଆରମ୍ଭ ହୋଇଛି ।