ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆସନ୍ତା ଜାନୁଆରୀ ୩ ରୁ ୧୫ ରୁ ୧୮ ବଷ ବୟସର ପିଲାଙ୍କୁ କୋଭିଡ ଟୀକାକରଣ କରାଯିବ । ସାରା ଦେଶରେ ପିଲାମାନଙ୍କୁ ଟୀକାକରଣ କରାଯିବ । ଏନେଇ ରାଜ୍ୟରେ ସ୍ୱତନ୍ତ୍ର ଟୀକାକରଣ କେନ୍ଦ୍ର ଖୋଲିବା ଲାଗି ଜିଲ୍ଲା ପ୍ରଶାସନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
୨୦୦୭ କିମ୍ବା ତା ପୂର୍ବରୁ ଜନ୍ମ ଗ୍ରହଣ କରିଥିବା ପିଲାମାନେ ଏହି ଟିକାକରଣ ପାଇଁ ଯୋଗ୍ୟ ବିବେଚିତ ହେବେ । ସକାଳ ୮ ଟାରୁ ଦିନ ଗୋଟାଏ ଯାଏଁ ସେମାନଙ୍କୁ ଟୀକାକରଣ କରାଯିବ । ଅନ୍ୟ ଆଇକାର୍ଡ ବ୍ୟତିତ ପିଲାମାନେ ସେମାନଙ୍କ ସ୍କୁଲ ଆଇ କାର୍ଡ ଦେଖାଇ ଟୀକା ନେଇପାରିବେ । ସେହିପି ଅପରାହ୍ନରେ ଅନ୍ୟମାନଙ୍କୁ ଟୀକକରଣ କରାଯିବ ।