ଜଗତସିଂହପୁର ( ଏଟିଆର ବ୍ୟୁରୋ): ନିର୍ବାନକୁ ନେଇ ଚାରିଆଡେ ଉଷ୍ମତା ଲାଗିରହିଥିବା ବେଳେ ନିର୍ବାଚନରେ ଟଙ୍କା କାରବାରକୁ ରୋକିବା ପାଇଁ ନିର୍ବାଚନ ସ୍କ୍ୱାଡ କରୁଛି ଚଢାଉ । ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ସରିଯାଇଥିବା ବେଳେ ଆଗାମୀ ୨୯ ତାରିଖରେ ରହିଛି ଚତୁର୍ଥ ପର୍ଯ୍ୟାୟ । ଚତୁର୍ଥ ପର୍ଯ୍ୟାୟରେ ନିର୍ବାଚନ ଉପକୂଳ ଓଡିଶାର କେତେକ ଜିଲ୍ଲାରେ ହେବାକୁ ଥିବା ବେଳେ ଫ୍ଲାଇଂ ସ୍କ୍ୱାଡ ତନଖି କଡାକଡି କରିଛି ।
ଗତକାଲି ଅପରାହ୍ନରେ ପାରାଦୀପ କଟକ ରାସ୍ଥା ଚୌଧୁରୀ ଗଡାରୁୁ ଜଣେ ବ୍ୟକ୍ତିଙ୍କ ଠାରୁ ଫ୍ଲାଇଂ ସ୍କ୍ୱାର୍ଡ ୬ ଲକ୍ଷ ୫୦ ହଜାର ଟଙ୍କା ଜବତ କରିଛି । ଏକକାଳୀନ ଏତେଗୁଡିଏ ଟଙ୍କା ନେଇ ସେ କୁଆଡେ ଯାଉଥିଲେ ତାହା ଏଜାବତ ସ୍ପଷ୍ଟ ହୋଇନଥିବା ବେଳେ ଏହାର କୌଣସି କାଗଜପତ୍ର ମଧ୍ୟ ବ୍ୟକ୍ତି ଜଣଙ୍କ ଦେଖାଇ ପାରି ନାହାନ୍ତି । ଯାହାଫଳରେ ସମସ୍ତ ଟଙ୍କାକୁ ଫ୍ଲାଇ ସ୍କ୍ୱାଡ ଜବତ କରି ରଖିଛି । ତେବେ ଆଗାମୀ ୨୯ ତାରିଖରେ ଜଗତସିଂହପୁର ଲୋକସଭା ଆସନ ସମେତ ସମସ୍ତ ବିଧାନସଭା ଆସନ ପାଇଁ ଭୋଟ ଥିବାରୁ ଜବତ ଟଙ୍କାକୁ ନେଇ ସନ୍ଦେହ ରହିଛି । ତେବେ ଘଟଣାକୁ ନେଇ ପୁଲିସ ତଦନ୍ତ ଚଳାଇଛି ।