ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନାର ଦ୍ୱିତୀୟ ଲହର ଏବେ ଘାତକ ରୂପ ନେଉଛି । ଏହାକୁ ଦୃଷ୍ଟିରେ ରଖି ଏବେ ଟୀକାକରଣ ଉପରେ ଅଧିକ ଫୋକସ କରାଯାଇଛି । ମେ ୧ ତାରିଖରୁ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ କରୋନା ଟୀକା ଦିଆଯିବ ବୋଲି ଘୋଷଣା ହୋଇଥିବା ବେଳେ ଭାରତରେ କୋଭିଡ୧୯ର ଋଷ ଟୀକା ସ୍ଫୁଟିନିକ ଭି ମେ ମାସ ଶେଷ ସୁଧା ବା ଜୁନ୍ ଆରମ୍ଭରୁ ଲଞ୍ଚ ହୋଇପାରେ ।
ରେଡୀ ଲାବ୍ରୋଟୋରୀର ମହାନିର୍ଦ୍ଦେଶକ ଏବଂ ସହ ନିର୍ଦ୍ଦେକ ଜିବି ପ୍ରସାଦ ମଙ୍ଗଳବାର ଦିନ କହିଛନ୍ତି କି, ଦେଶରେ ସ୍ଫୁଟିନିକ ଭି ର ଦାମ ୭୫୦ ଟଙ୍କା ରହିବ । ନିକଟରେ ଭାରତ ସ୍ଫୁଟିନିକ-ଭି କୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେବାର ଘୋଷଣା କରିଥିଲା ।
ସେ ଆହୁରୀ ମଧ୍ୟ କହିଛନ୍ତି କି, ଆରଏଫଆଇଡି ଏବଂ ରେଡ୍ଡୀ ଲ୍ୟାବ ମଧ୍ୟରେ ହୋଇଥିବା ଚୁକ୍ତିନାମା ଅନୁଯାୟୀ ଏହି ଟୀକା ଆମଦାନୀ ହେବ । ଆମଦାନୀକୁ ତ୍ୱରାନୀତ କରିବା ପାଇଁ ପ୍ରୟାସ କରାଯାଉଛି । ଯାହାଫଳରେ ଏହା ବହୁତ ଶୀଘ୍ର ଲଞ୍ଚ ହୋଇପାରିବ ।