ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଅଟକଳକୁ ଖଣ୍ଡନ କରିଛନ୍ତି ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ । ପ୍ରକୃତରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଟ୍ୱିଟ୍ କରି ସୁଷମାଙ୍କୁ ଆନ୍ଧ୍ରପ୍ରଦେଶର ଗଭର୍ଣ୍ଣର କରାଯିବାର ଶୁଭେଚ୍ଛା ଦେଇଥିଲେ । ଏହି ଖବର ଚାରିଆଡେ ଚର୍ଚ୍ଚା ହେବା ପରେ ସୁଷମା ଏହାର ଜବାବ ଦେବାକୁ ବାଧ୍ୟ ହୋଇଛନ୍ତି । ସେ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଲେଖିଛନ୍ତି କି , ‘ଆନ୍ଧ୍ରପ୍ରଦେଶ ଗଭର୍ଣ୍ଣର ଭାବେ ମୋର ନିଯୁକ୍ତି ଖବର ସତ ନୁହେଁ ।’
The news about my appointment as Governor of Andhra Pradesh is not true.
— Sushma Swaraj (@SushmaSwaraj) June 10, 2019
ଟ୍ୱିଟ୍ ପରେ ଗୃହମନ୍ତ୍ରାଳୟ ପକ୍ଷରୁ ଏଭଳି ଖବରକୁ ଖାରଜ କରାଯାଇଛି । ଏହାସହିତ ହର୍ଷବର୍ଦ୍ଧନ ମଧ୍ୟ ପରେ ତାଙ୍କ ଟ୍ୱିଟ୍ କୁ ଡିଲିଟ୍ କରିଦେଇଛନ୍ତି ।, ସୁଷମା ସ୍ୱରାଜଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ନଥିବା ହେତୁ ସେ ୨୦୧୯ ଲୋକସଭା ନିର୍ବାଚନ ଲଢିନଥିଲେ । ମାତ୍ର ସେ ରାଜନୀତିରେ ସକ୍ରିୟ ରହିବେ ବୋଲି କହିଥିଲେ । ଏକ ଟ୍ୱିଟର ମାଧ୍ୟମରେ ସୂଚନା ଦେଇଥିଲେ କି ‘ମୁଁ ରାଜନୀତିରୁ ଅବସର ନେଉ ନାହିଁ କେବଳ ସ୍ୱାସ୍ଥ୍ୟ ଯୋଗୁଁ ୨୦୧୯ ନିର୍ବାଚନ ନ ଲଢିବା ପାଇଁ ନିର୍ଣ୍ଣୟ ନେଇଛି ।’
ଜଣେ ବୈଦେଶିକ ମନ୍ତ୍ରୀ ଭାବେ ତାଙ୍କ କାର୍ଯ୍ୟକା ସମୟରେ ସେ ବହୁତ ଲୋକପ୍ରିୟ ଥିଲେ । ଏହାସହିତ ସେ ସର୍ବଦା ସୋସିଆଲ ମିଡିଆରେ ସକ୍ରିୟ ରହି ଅନେକ ଲୋକଙ୍କୁ ସାହାଯ୍ୟ ମଧ୍ୟ କରିଛନ୍ତି ।ବର୍ଷ ୨୦୦୪ ରୁ ୨୦୧୪ ପର୍ଯ୍ୟନ୍ତ ସରକାରଙ୍କ କାର୍ଯ୍ୟକା ଅବସରରେ ସୁଷମା ଲୋକସଭାରେ ବିପକ୍ଷ ନେତା ଥିଲେ ଏବଂ ତାଙ୍କ କାର୍ଯ୍ୟକାଳ ସଫଳ ମଧ୍ୟ ହୋଇଥିଲା ।