ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରାଯିବା ସହ କରୋନା ଟେଷ୍ଟ ପାଇଁ ହସ୍ପିଟାଲ ଗୁଡିକୁ ଅନୁମତି ଦିଆଯାଉଛି । ସେହିଅନୁଯାୟୀ ରାଜ୍ୟରେ ଆଉ ୨ ହସ୍ପିଟାଲରେ କରୋନା ଟେଷ୍ଟ ଆରମ୍ଭ ହୋଇଛି ।
କରୋନା ଟେଷ୍ଟ କରାଯାଉଥିବା ଏହି ଦୁଇଟି ହସ୍ପିଟାଲ ହେଉଛି ରାଉଲକେଲା ଇସ୍ପାତ ଜେନେରାଲ ହସ୍ପିଟାଲ ଏବଂ ଭୁବନେଶ୍ୱରରେ ଥିବା ଇନଷ୍ଟିଚ୍ୟୁଟ ଅଫ୍ ଲାଇଫ୍ ସାଇନ୍ସ । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଖବରମୂତାବକ, ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୬୦ ଛୁଇଁଲାଣି । ସେମାନଙ୍କ ମଧ୍ୟରୁ ୧୮ ଜଣ କରୋନାକୁ ହରାଇ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ଜଣେ ବୃଦ୍ଧ ମୃତ୍ୟୁ ବରଣ କରିଛନ୍ତି ।