ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆସନ୍ତାକାଲିଠୁ ଦେଶରେ ୧୨ ରୁ ୧୪ ବର୍ଷ ପିଲାଙ୍କ ପାଇଁ ଆରମ୍ଭ ହେବ କରୋନା ଟୀକାକରଣ । ପିଲାଙ୍କୁ ଦିଆଯିବ କୋଭଭାକ୍ସ ଟୀକା । ଏନେଇ ଗତକାଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଥିଲା ।
ବର୍ତ୍ତମାନ ପିଲାଙ୍କ ଟୀକାକରଣ ପାଇଁ କୋୱିନ ପୋର୍ଟାଲରେ ପଞ୍ଜିକରଣ ସୁବିଧା ଉପଲବ୍ଧ ନାହିଁ । ସେଥିପାଇଁ ପ୍ରଥମ ପର୍ଯ୍ୟାୟରେ ଅଫଲାଇନରେ ସ୍କୁଲ ମାନଙ୍କରେ ପିଲାଙ୍କୁ ଟୀକା ଦିଆଯିବ । ଏହାପରେ ଉଭୟ ଅନଲାଇନ ଓ ଅଫଲାଇନରେ ଟୀକାକରଣ କରାଯିବ । ସ୍କୁଲ ଟାଇମିଙ୍ଗ ଅନୁସାରେ ଟୀକାକରଣ କରିବାକୁ ସିଡିଏମଓ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।