ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସମୟ ବଦଳୁଛି । ସମୟ ସହିତ ତାଳ ଦେଇ ମଣିଷ ବଦଳୁଛି । ଆଧୁନିକ ଯୁଗରେ ମଣିଷ ସବୁ ଅସମ୍ଭବକୁ କରି ପାରିଛି , ପାରିବ । ଏମିତି କିଛି ବିଶ୍ୱାସ ଭରଷା ଏବେ ମଣିଷକୁ ଦୋଛକିରେ ଠିଆ କରିଛି । ସାମନ୍ୟ ଗୋଟେ ଭୂତାଣୁ ଏବେ ସାରା ବିଶ୍ୱକୁ କରି ପକେଇଲାଣି ଘାଇଲା । ଆଉ ସବୁଠାରୁ ସାଘାଂତିକ ଖତା ହେଲା ବିଶ୍ୱୀର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ଏବେ କରୋନା ଭାଇରସର ଜାଲରେ ପଡି ମୁକୁଳିବାକୁ ବାଟ ପାଉନି । ବିଶ୍ୱବ୍ୟାପି ଏବେ ୫ ଲକ୍ଷ ୪୦ ହଜାର ଲୋକ କରୋନା ଆକ୍ରାନ୍ତିତ ହୋଇଥିବା ବେଳେ କେବଳ ଆମେରିକାରେ ଏହି ସଂଖ୍ୟା ୪୬ ହଜାର ଟପି ଯାଇଛି । ସେହିଭଳି ଆମେରିକାରେ ଏବେ ପର୍ଯ୍ୟନ୍ତ କରୋନାରେ ୧୩ ଲୋକଙ୍କର ମୃତ୍ୟୁ ହୋଇ ସାରିଲାଣି ।
ଆଗକୁ ମଧ୍ୟ ଏହି ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ରହିଛି । ପାଖାପାଖି ବିଶ୍ୱର ୨୦୦ ଦେଶ ଏବେ କରୋନା ଭାଇରସରେ ପୀଡିତ । ଏହି ମହାମାରୀର ମୁକାବିଲା ପାଇଁ ଏବେ ସାରା ବିଶ୍ୱ କରବା ମର ପରିସ୍ଥିତିରେ ଅତି ତ୍ୱରିତ ଗତିରେ ନିଷ୍ପତ୍ତି ନେଉଛି । ତେବେ ଭାରତ ସମାନ ଅବସ୍ଥା ଦେଇ ଗତି କରୁଛି । ଲୋକମାନେ ସଚେତନ ରହି ସାମଜିକ ଦୂରତ୍ୱ ରଖିବାକୁ ବାରମ୍ଭାର ନିବେଦନ କରାଯାଉଛି । ତଥାପି ବି ଆମ ରାଜ୍ୟରେ କିଛି ଅମାନିଆ ଲୋକ ରହିଛନ୍ତି ଯେଉଁମାନେ ବିନା କାରଣରେ ବାହାରେ ବୁଲୁଛନ୍ତି । ପୋଲିସ କଡା କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇ ଲଜ୍ଜିତ ହେଉଛନ୍ତି ।
ତେବେ ଗତକାଲି ଅପରାହ୍ନ ସାମ୍ବାଦିକ ସମ୍ମୀଳନୀରେ ରାଜ୍ୟ କୋଭିଡ ମୁଖପାତ୍ର ସୁବ୍ରତ ବାଗଚି ଦକ୍ଷିଣ କୋରିଆର ପେସେଣ୍ଟ ନଂ ୩୧ ର ଉଦାହରଣ ଦେଇଥିଲେ । କିଭଳି ଜଣେ ପେସେଣ୍ଟ ଠାରୁ କରୋନା ୧୬୦୦ ରୁ ଅଧିକ ଲୋକଙ୍କୁ ଆକ୍ରାନ୍ତ କରିଥିଲା । ମହିଳା ଜଣଙ୍କ କରୋନା ଆକ୍ରାନ୍ତ ହେବା ପରେ ମଧ୍ୟ ଗୋଟେ ଚର୍ଚ୍ଚକୁ ଯାଇଥିଲେ । ସେଠାରୁ ହିଁ ଆରମ୍ଭ ହୋଇଥିଲା କରୋନା ଚେନ । ଯାହା ମାତ୍ର କେଇଟା ଦିନ ପରେ ୧୬୦୦ ରୁ ଅଧିକ ଲୋକଙ୍କୁ କରୋନା କଲା କବଳିତ । ଗତକାଲି ସୁବ୍ରତ ବାଗଚିଙ୍କ ଏହି ଉଦାହରଣ ପରେ ଏବେ କିଛି ସଚେତନ ଲୋକ କହିବା ଆରମ୍ଭ କଲେଣି “ମଣିଷ ଦେଖିଲେ ଡର ଲାଗୁଛି” ।
କରୋନା ଏବେ କରାଳ ରୂପ ଧାରଣ କରି ସାରିଲାଣି । ମାତ୍ର କିଛି ବେଫିକର ଲୋକ ରାସ୍ତା ଘାଟରେ ଏବେ ବି ଜରୁରୀ କାମ କହି ଟହଲ ମାରୁଛନ୍ତି । ପଘା ନାହିଁ କି ନିଘା ନାହିଁ । କେବଳ ଗୋଟିଏ ଉତ୍ତର “ ଆମର କରୋନା କିଛି କରି ପାରିବନି । ସେମାନେ ଭୁଲି ଯାଉଛନ୍ତି ପୁରା ବିଶ୍ୱକୁ ସବୁବେଳେ ଡରାଇ ରଖୁଥିବା ଆମେରିକା ବି ଏବେ କରୋନା ଦାଉରେ ଦୟନୀୟ ହୋଇ ପଡିଛି । ଆଉ ଆମ ସ୍ୱାସ୍ଥ୍ୟ ଭିତ୍ତିଭୂମି କଥା ବିଚାରକୁ ନେଲେ ଆମ ଭାରତୀୟଙ୍କ ପାଇଁ କେବଳ ଗୋଟିଏ ଔଷଧ ରହିଛି ତା ହେଲା “ ଘରେ ରୁହ ଆଉ ସୁରକ୍ଷିତ ରୁହ’’ ।