ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଓଡିଶାକୁ ମାଡି ଆସୁଛି ବାତ୍ୟା ଆସୁଛି । ଏହି ସାମୁଦ୍ରିକ ଝଡ ଧାମରା-ଚାନ୍ଦବାଲି ମଧ୍ୟ ଦେଇ ଅତିକ୍ରମ କରିବ ବୋଲି କୁହାଯାଉଛି । ଏହାର ପ୍ରଭାବରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର ଜିଲ୍ଲାରେ ଅଧିକ ପ୍ରଭାବିତ ହେବ । ଏହାକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ମଧ୍ୟ କରାଯାଇଛି । ଏହାସହିତ ଏହି ବାତ୍ୟା ୟଶ ପାଇଁ କିଛି ଜିଲ୍ଲାରେ କରୋନା ଟୀକାକରଣ ବନ୍ଦ ରହିବ ।
ଟୀକାକରଣ ବନ୍ଦ ରହିବା ଜିଲ୍ଲାଗୁଡିକ ହେଉଛି ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡା, ମୟୂରଭଞ୍ଜ ଓ କେନ୍ଦୁଝର । ଆଜିଠୁ ୨୭ ତାରିଖ ଯାଏଁ ଏହି ଜିଲ୍ଲା ଗୁଡିକରେ ଟୀକାକରଣ ହେବ ନାହିଁ । ସେହିପରି ଘରେ ଘରେ ବୁଲି ହେବାକୁ ଥିବା କରୋନା ସର୍ଭେ କାମ ମଧ୍ୟ ବନ୍ଦ ରହିବ । ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ।