ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ରାତ୍ରି ତାପମାତ୍ରା ହ୍ରାସ ହେବା ସହ ରାଜ୍ୟରେ ପୁଣି ବଢିଛି ଶୀତ । ଅସମ୍ଭାଳ ଜାଡରେ ଥରୁଛି ସାରା ଓଡିଶା । ଗାଁଠୁ ନେଇ ସହର ଯାଏଁ ସବୁଠି ଅସମ୍ଭାଳ ଥଣ୍ଡା । ସକାଳ ଓ ସନ୍ଧ୍ୟାରେ ବଢୁଛି ଶୀତ ପ୍ରକୋପ ।
ଅନ୍ୟପଟେ ରାଜ୍ୟର ଅନେକ ସ୍ଥାନରେ ଘନ କୁହୁଡି ଲାଗି ରହୁଛି । ସକାଳ ୯ଟା ଯାଏଁ କୁହୁଡି ରହୁଛି । ରାସ୍ତାରେ ଯାତାୟତ କରିବାରେ ସମସ୍ୟା ଉପୁଜୁଛି । ଏହାସହିତ କୁହୁଡି ପାଇଁ ଅନୁଗୁଳ, ଫୁଲବାଣୀ ଓ ଭବାନୀପାଟଣାକୁ ସତର୍କତା ଜାରି କରାଯାଇଛି ।