ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ କିଛି ଦିନ ହେବ ଲାଗିରହିଥିଲା ବର୍ଷା କିନ୍ତୁ କିଛି ଦିନ ହେବ ବର୍ଷା ପରିବର୍ତ୍ତେ ଖରା ହେଉଛି । ଏବେ ପାଗରେ ପରିବର୍ତ୍ତନ ଦେଖାଯାଇଛି । ଭାଦ୍ରବ ମାସରେ ବୈଶାଖୀ ଭଳି ଖରା ହେବାରେ ଲାଗିଛି । ରାଜ୍ୟରେ ପ୍ରାୟ ଆହୁରି ୬/୭ ଦିନ ଏଭଳି ଗରମ ଅନୁଭୂତ ହେବ । ଯାହା ଦ୍ୱାରା ସବୁଠୁ ବେଶି ନାକେଦମ କରିବ ଉପକୂଳ ଓଡ଼ିଶାକୁ । ଉପକୂଳ ଅଞ୍ଚଳରେ ଆଉ ପ୍ରାୟ ୧୦ ଦିନ ପର୍ୟ୍ୟନ୍ତ ଏଭଳି ସ୍ଥିତି ଜାରି ରହିବ । ଏମିତି ପୂର୍ବାନୁମାନ କରିଛନ୍ତି କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ। ଡକ୍ତର ପଶୁପାଳକ କହିଛନ୍ତି ଭାଦ୍ରବ ମାସର ଏହି ସମୟରେ ସାଧାରଣତଃ ଭାବେ ପାଣି ପାଗରେ ପରିବର୍ତ୍ତନ ହୋଇଥାଏ ଓ ଖରା ହୋଇଥାଏ । କିନ୍ତୁ ଚଳିତ ବର୍ଷ ଏହା ସ୍ୱାଭାବିକଠାରୁ ଅଧିକ ଖରା ହେଉଛି । ଏହା ପ୍ରାୟ ସାଧାରଣ ଖରା ଠାରୁ ଅଧିକ ୩ ଗୁଣ ବା ୩ ଡିଗ୍ରୀରୁ ଅଧିକ ହେଉଛି । ସୋମବାର ଦିନ ଭୁବନେଶ୍ୱରର ସର୍ବୋଚ୍ଚ ତାପମାତ୍ରା ୩୫.୭ ଡିଗ୍ରୀ ସେଲସିୟସ୍ ଥିବାବେଳେ ପାରଳାଖେମୁଣ୍ଡି ୩୭.୫ ଡିଗ୍ରୀ, ଚାନ୍ଦବାଲି ୩୬.୧, ଅନୁଗୁଳ ୩୬.୧, ସମ୍ବଲପୁର ୩୫.୨ ଡିଗ୍ରୀ ଥିଲା । ବର୍ତ୍ତମାନ ହେଉଥିବା ଖରାର ବୈଜ୍ଞାନିକ କାରଣ ଦର୍ଶାଇଛନ୍ତି ଡାକ୍ତର ପଶୁପାଳକ । ପ୍ରଥମତ ରାଜ୍ୟରେ ବର୍ଷା ହେଉନାହିଁ । ମୌସୁମୀ ଟ୍ରଫ୍ ପ୍ରାୟତଃ ଦେଖାଯାଉନି। ରାଜ୍ୟରେ ମୌସୁମୀ ଦୁର୍ବଳ ରହିଛି । ମନସୁନ୍ ବ୍ରେକ୍ ସ୍ଥିତି ଉପୁଜିଛି। ଆକାଶ ମେଘୁଆ ମଧ୍ୟ ରହୁଛି , ବାୟୁର ଦିଗ ପରିବର୍ତ୍ତନ ହେଉଛି । ତେଣୁ ଏପରି ଖରା ହେଉଛି । ଆଉ ଏକ କାରଣ ହେଲା, ବାୟୁମଣ୍ଡଳରେ ଆର୍ଦ୍ରତା ଅଧିକ ରହୁଛି । ଡକ୍ଟର ପଶୁପାଳକ କହିଛନ୍ତି, ଅଗଷ୍ଟ ମାସରେ ଅତ୍ୟଧିକ ବର୍ଷା ଓ ବନ୍ୟାଯୋଗୁ ମାଟି ସବୁଆଡ଼େ ଢେର ଓଦା ରହିଛି । ତେଣୁ ବାଷ୍ପୀକରଣ ଅଧିକ ରହୁଥିବାରୁ ଆର୍ଦ୍ରତା ଅଧିକ ରହୁଛି ।ସେ କହିଛନ୍ତି, ଉପକୂଳ ଓଡ଼ିଶାରେ ଆଉ ୧୦ ଦିନ ପର୍ୟ୍ୟନ୍ତ ଏଭଳି ସ୍ଥିତି ଚାଲୁ ରହିବ । ତେଣୁ ଓଡିଶାରେ ୧୨ ତାରିଖ ଭିତରେ ତାପମାତ୍ରାରେ ୩୨ରୁ ୩ ଡିଗ୍ରୀ ବଢିପାରେ । ଏହା ପରେ ସେପ୍ଟେମ୍ବର ମଝି ସୁଦ୍ଧା ପାଗ ଥଣ୍ଡା ରହିବ ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024