ଭୁବନେଶ୍ୱର (ଏଟିଆର ବ୍ୟୁରୋ): କରୋନାର ଦ୍ୱିତୀୟ ଲହରିରେ ଛଟପଟ ଲୋକେ । ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହେବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ହେଉଛି । ଏଭଳି ସ୍ଥିତିରେ ଏବେ ଭାଇରାସରୁ ରକ୍ଷା ପାଇବାର ଏକମାତ୍ର ଉପାୟ ଟୀକାକରଣ । ସେଥିପାଇଁ ଟୀକାକରଣକୁ ବ୍ୟାପକ କରାଯାଇଛି । କିନ୍ତୁ ଟୀକାକରଣରେ ବଡ ବାଧକ ସାଜିଛି ଟୀକାର ଅଭାବ । ଲଗାତର ଭାବେ ଟୀକା ସଙ୍କଟ ଦେଖାଦେଉଛି । ଯେଉଁଥିପାଇଁ ରାଜ୍ୟର ପ୍ରତ୍ୟେକ ଟୀକାକରଣ କେନ୍ଦ୍ରରେ ଟୀକାକରଣ ହେଉ ପାରୁ ନାହିଁ । ସେହିପରି ଟୀକା ଅଭାବ ଥିବା ହେତୁ ଆଜି ମଧ୍ୟ ରାଜ୍ୟର ଆଠଟି ଜିଲ୍ଲାରେ ଟୀକାକରଣ ବନ୍ଦ ।
ରାଜ୍ୟର ଯେଉଁ ଆଠଟି ଜିଲ୍ଲାରେ ଟୀକାକରଣ ବନ୍ଦ ରହିଛି ସେହି ସବୁ ରାଜ୍ୟ ଗୁଡିକ ହେଲା- ଢେଙ୍କାନାଳ, ଗଞ୍ଜାବ, ବରଗଡ, ଜଗତସିଂହପୁର, କେନ୍ଦ୍ରାପଡା, କୋରାପୁଟ ମାଲକାନାଗିରି ଏବଂ ରାୟଗଡା । ଟୀକା ଆସିବା ପରେ ଏହି ସବୁ ଜିଲ୍ଲା ଗୁଡିକରେ ପୁର୍ନବାର ଟୀକାକରଣ ପ୍ରକ୍ରିୟା ଜାରି ରହିବ ।