କୋରାପୁଟ (ଏଟିଆର ବ୍ୟୁରୋ ) ; ଭାଙ୍ଗିଗଲା ସ୍କୁଲ ବିଲଡିଂ , ବର୍ତ୍ତିଗଲେ ଛାତ୍ରଛାତ୍ରୀ । କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଭାଲୁ୍ୁଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଲଗାଣ ବର୍ଷାରେ ଭୁସୁଢି ପଡିଲା ନୁତନ ବିଲଡିଂ ର ଛାତ । ଆଜି ସକାଳ ୯ ଟା ଘଟିଛି ଏଭଳି ଘଟଣା । ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟ କୁ ଆସିବା ସମୟରେ ନୁତନ ବିଲଡିଂର ଛାତ ଭାଙ୍ଗି ପଡିଥିବା ଜଣାପଡିଛି । ଏହି ବିଦ୍ୟାଳୟରେ ପ୍ରାୟ ୨୦୦ ଛାତ୍ରଛାତ୍ରୀ ପାଠ ପଢୁଥାନ୍ତି । ତେବେ ବଡ ଅଘଟଣରୁ ଛାତ୍ରଛାତ୍ରୀ ମାନେ ବର୍ତ୍ତିଯାଇଥିବା ଅବିଭାବକମାନେ କହିଛନ୍ତି । ଅନ୍ୟପଟେ ଲଗାଣ ବର୍ଷାର ପ୍ରଭାବରୁ ବିଦ୍ୟାଳୟ ଗୃହର କାନ୍ଥ , ଛାତ ମାନଙ୍କରେ ବହୁ କ୍ଷତି ଘଟିଛି । ବିଦ୍ୟାଳୟର ପରିସରରେ ଏବେ ବି ବର୍ଷା ପଣି ଜମିରହିଥିବା ଦେଖାଦେଇଛି ।