ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଜାରି ରହିଛି କରୋନା ଟୀକାକରଣ ପ୍ରକ୍ରିୟା । ଏଣିକି ଭୁବନେଶ୍ୱରରେ ଟୀକାକରଣର ସମୟ ବଦଳିବ । ପ୍ରଥମ ଡୋଜ ସକାଳେ ଏବଂ ଦ୍ୱିତୀୟ ଡୋଜ ଅପରାହ୍ନରେ ଦଆଯିବ ବୋଲି ସୂଚନା ଦେଇଛନ୍ତି ବିଏମସି କମିଶନର ସଞ୍ଜୟ ସିଂହ ।
ପ୍ରଥମ ଡୋଜ ନେଇଥିବା ଯୁବବର୍ଗ ଏବେ ନିର୍ଦ୍ଧାରିତ ସମୟରେ ଦ୍ୱିତୀୟ ଡୋଜ ଟୀକା ନେଉଛନ୍ତି । ଏହା ଶେଷ ହେବା ପରେ ବାକି ରହିଥିବା ୧୮ ରୁ ୪୪ ବର୍ଷଙ୍କୁ ପ୍ରଥମ ଡୋଜ ଟୀକା ଦିଆଯିବ । ସେଥିପାଇଁ ସମୟ ନିର୍ଦ୍ଧାରଣ ହୋଇଛି । ପ୍ରଥମ ଡୋଜ ସକାଳ ସମୟରେ ଏବଂ ଦ୍ୱିତୀୟ ଡୋଜ ଅପରାହ୍ନ ସମୟରେ ଦିଆଯିବ । ଉଭୟ ୧୮ରୁ ୪୪ ବର୍ଷ ଏବଂ ୪୫ ବର୍ଷରୁ ଅଧିକ ବୟସ୍କ ଅପରାହ୍ନରେ ଦ୍ୱିତୀୟ ଡୋଜ ନେଇପାରିବେ ।