ଭୁବନେଶ୍ୱର (ଏଟିଆର ବ୍ୟୁରୋ): କୋଭିଡ ଆଇନ ଉଲ୍ଲଂଘନ ପ୍ରସଙ୍ଗରେ ଶେଷରେ କ୍ଷମା ମାଗିଲେ ସତ୍ୟବାଦ ବିଜେଡି ବିଧାୟକ ଉମାକାନ୍ତ ସାମନ୍ତରାୟ । କରୋନା ପଜିଟିଭ ଥାଇ ମଧ୍ୟ ସେ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଶବଦାହ ସମୟରେ ସ୍ୱର୍ଗଦ୍ୱାରରେ ଉପସ୍ଥିତ ଥିଲେ । ଏହାପରେ ତାଙ୍କ ନାଁରେ ପୁରୀ ପୋଲିସ ପକ୍ଷରୁ ମାମଲାରେ ରୁଜୁ କରାଯାଇଥିଲା । ଶେଷରେ ଏବେ କ୍ଷମା ମାଗିଛନ୍ତି ଉମା ।
ସେ ଏକ ଭିଡିଓ ଜରିଆରେ ନିଜର ଭୁଲ ବୁଝି ପାରି କ୍ଷମା ମାଗିଛନ୍ତି । ସେ କହିଛନ୍ତି କି, ପ୍ରଦୀପ ମହାରଥୀଙ୍କ ବିୟୋଗରେ ଭାବବିହ୍ୱଳ ହୋଇ ସ୍ୱର୍ଗଦ୍ୱାରା ଯାଇଥିଲି । କରୋନା ସଂକ୍ରମିତ ଥାଇ ମଧ୍ୟ ସ୍ୱର୍ଗଦ୍ୱାର ଯିବା ମୋ ପାଇଁ ସମ୍ପୂର୍ଣ୍ଣ ଭୁଲ ଥିଲା । ସରକାରୀ ଆଇନ ଉର୍ଦ୍ଧରେ କିଛି ନାହିଁ । ଆଇନଅନୁଯାୟୀ ମୋ ପ୍ରତି ଯେଉଁ ପଦକ୍ଷେପ ନିଆଯିବ , ମୁଁ ତାହା ମାନିବାକୁ ପ୍ରସ୍ତୁତ । ମୁଁ କରିଥିବା ଭୁଲ ପାଇଁ ସମସ୍ତଙ୍କୁ କ୍ଷମା ମାଗୁଛି ।
ଦିବଙ୍ଗତ ନେତା ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ତାଙ୍କ ଅନ୍ତିମ ସଂସ୍କାର ସମୟରେ ସ୍ୱାର୍ଗଦ୍ୱାରରେ ସତ୍ୟବାଦୀ ବିଜେଡି ବିଧାୟକ ଉମାକାନ୍ତ ସାମନ୍ତରାୟ ସାମିଲ ହୋଇଥିଲେ । ସେ କରୋନା ପଜିଟିଭ ଥିଲେ ତାପରେ ବି ସେ ଆଇନ ଉଲ୍ଲଂଘନ କରି ମହାରଥୀଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇଥିବାରୁ ତାଙ୍କ ନାଁରେ ପୁରୀ ସମୁଦ୍ରକୂଳ ଥାନାରେ ପୋଲିସ ଏକ ମାମଲା ରୁଜୁ କରିଛି ।