ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଦେଶରେ କରୋନର ଦ୍ୱିତୀୟ ମଧ୍ୟରେ ଏବେ ବ୍ଲାକ ଫଙ୍ଗସ ମାମଲା ସାମ୍ନାକୁ ଆସୁଛି । ଯେଉଁମାନେ କରୋନାରୁ ସୁସ୍ଥ ହୋଇ ଯାଉଛନ୍ତି ସେମାନଙ୍କ ଠାରେ ଏହି ବ୍ଲାକ ଫଙ୍ଗସ ମାମଲା ଦେଖାଦେଉଛି । ତେବେ ଆସନ୍ତୁ ଜାଣିବା ବ୍ଲାକ ଫଙ୍ଗସ କଣ ? ଏଥିରୁ କିଭଳି ରକ୍ଷା ପାଇବେ ଏବଂ ଏହାର ଲକ୍ଷଣ କଣ ।
ବ୍ଲାକ ଫଙ୍ଗସର ବୈଜ୍ଞାନିକ ନାମ ମ୍ୟୁକୋରମାଇକୋସିସ । ଆଇସିଏମଆର ମୁତାବକ, ଏହା ଏକ ପ୍ରକାରର ବିରଳ ଫଙ୍ଗଲ ସଂକ୍ରମଣ । ଶରୀରରେ ଏହା ବହୁତ ଶୀଘ୍ର ବ୍ୟାପିଥାଏ । ଏହାଦ୍ୱାରା ଦୃଷ୍ଟି ଶକ୍ତି ଚାଲିଯାଏ । ଅନେକ ମାମଲାରେ ମୃତ୍ୟୁ ବି ହୋଇ ଯାଉଛି ।
ଦୁର୍ବଳ ପ୍ରତିରୋଧକ ଶକ୍ତି ଥିବା ଲୋକଙ୍କ ମଧ୍ୟରେ ଏହି ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଛି । କରୋନାରୁ ସୁସ୍ଥ ହେଉଥିବା ରୋଗୀମାନଙ୍କୁ ବିଶେଷ ଯତ୍ନ ନେବା ଆବଶ୍ୟକ । ଏହାବ୍ୟତିତ ଯେଉଁମାନେ ମଧୁମେହ ରୋଗୀ, ସୁଗାର ମାତ୍ରା ଅଧିକ ବଢିଯାଏ ସଂକ୍ରମଣ ଅଧିକ ବିପଦଜନକ ହୋଇଥାଏ ।
ବ୍ଲାକ ଫଙ୍ଗସ ଲକ୍ଷଣ:
ଜ୍ୱର କିମ୍ବା ପ୍ରବଳ ମୁଣ୍ଡବିନ୍ଧା
– କଫ
– ନିଶ୍ୱାସ ପ୍ରଶ୍ୱାସ ସମସ୍ୟା
– ରକ୍ତାକ୍ତ ବାନ୍ତି
– ନାକ ରକ୍ତସ୍ରାବ
– ଆଖି କିମ୍ବା ନାକ ଚାରିପାଖରେ ଯନ୍ତ୍ରଣା
– ଆଖି କିମ୍ବା ନାକ ଚାରିପାଖରେ ଲାଲ ଚିହ୍ନ ବା ଦାଗ
– ଆଖି ଯନ୍ତ୍ରଣା, ଅସ୍ପଷ୍ଟ ଦେଖାଯିବା
ବ୍ଲାକ ଫଙ୍ଗସରୁ ରକ୍ଷା ପାଇବାକୁ ହେଲେ ତୁରନ୍ତ ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ । ଆଣ୍ଟି ଫଙ୍ଗଲ ଔଷଧ ଦ୍ୱାରା ଏହା ଭଲ ହୋଇ ପାରିବ । ଯେତେବେଳେ ଆପଣ ଏହି ରୋଗର ଲକ୍ଷଣ ଦେଖିବେ ସେତେବେଳେ ନିଜ ଇଛାରେ ବିଲକୁଲ ଔଷଧ ସେବନ କରିବେ ନାହିଁ ।