ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବିଶ୍ୱବ୍ୟାପି ଆତଙ୍କ ଖେଳାଇଛି ମହାମାରୀ କରୋନା । ଏହି ଭାଇରସକୁ ନେଇ ଭିନ୍ନ ଭିନ୍ନ କଥା ଶୁଣିବାକୁ ମିଳୁଛି । କେତେବେଳେ ଦାବି କରାଯାଉଛି କି ଅତ୍ୟଧିକ ଗରମରେ ଏହି ଭାଇରସର ପ୍ରଭାବ କମ ହେବ ତ ପୁଣି କେତେବେଳେ କୁହାଯାଉଛି ବୟସ୍କ ବ୍ୟକ୍ତିଙ୍କ ପାଇଁ ଏହା ବିପଦପୂର୍ଣ୍ଣ । କିନ୍ତୁ କଣ ଭିନ୍ନ ଭିନ୍ନ ବ୍ଲଡ ଗ୍ରୁପ୍ ଲୋକଙ୍କ ଉପରେ କରୋନାର ବିପଦ ବି ଅଲଗା ରହିଛି । ତେବେ ଆସନ୍ତୁ ଜାଣିବା..
ପ୍ରକୃତରେ ଜର୍ମାନୀ ଏବଂ ନରୱେର ଗବେଷକମାନେ କରୋନା ସହିତ ଅଲଗା ଅଲଗା ରକ୍ତ ସମୂହର ସମ୍ବୋଧରେ ଅଧ୍ୟୟନ କରିଛନ୍ତି । ଏହି ଅଧ୍ୟୟନରେ ଅନେକ କଥା ସାମ୍ନାକୁ ଆସିଛି । ଯାହାକୁ ‘ନ୍ୟୂ ଇଂଲଣ୍ଡ ଜର୍ନାଲ ଅଫ୍ ମେଡିସିନ୍ସ’ ରେ ପ୍ରକାଶିତ କରାଯାଇଛି । ଗବେଷକମାନେ ଇଟାଲି ଏବଂ ସ୍ପେନ ର ୧୬୧୦ ଜଣ ରୋଗୀଙ୍କୁ ନେଇ ଅଧ୍ୟୟନ କରିଛନ୍ତି । ଯେଉଁଥିରେ କୋଭିଡ୧୯ ଯୋଗୁଁ ରୋଗୀଙ୍କର ନିଶ୍ୱାସ ନେବା ତନ୍ତ୍ର ଫେଲ ହୋଇଯାଇଥିଲା । ଏଥିପାଇଁ ଅନେକ ଲୋକଙ୍କ ଜୀବନ ଚାଲି ଯାଇଛି ।
ଗବେଷଣାରେ ଜାଣିବାକୁ ମିଳିଛି କି ଏ’ ଗ୍ରୁପ୍ ବ୍ୟକ୍ତିଙ୍କ ପାଇଁ କରୋନାର ସର୍ବାଧିକ ବିପଦ ରହିଛି । ମାତ୍ର ଗ୍ରୁପ୍ ଓ’ ବ୍ୟକ୍ତିଙ୍କ ଠାରେ କରୋନାର ବିପଦ ସବୁଠାରୁ କମ ରହିଛି । ସେହିପରି ଯଦି କୌଣସି ଏ ଗ୍ରୁପର ବ୍ୟକ୍ତି କରୋନାରେ ସଂକ୍ରମିତ ହେଉଛନ୍ତି ତେବେ ତାଙ୍କୁ ଅକ୍ସିଜେନ୍ ଦେବା ବା ଭେଣ୍ଟିଲେଟରରେ ରଖିବାର ସମ୍ଭାବନା ଅଧିକ ରହିଛି ।
ଗବେଷଣାରେ ସ୍ପଷ୍ଟ ହୋଇଛି କି ଯଦି କୌଣସି ଓ’ ବ୍ଲଡ ଗ୍ରୁପ୍ ର ବ୍ୟକ୍ତି କରୋନା ସଂକ୍ରମିତ ହୁଅନ୍ତି ତେବେ ତାଙ୍କଠାରେ ବିପଦ କମ ରହିଛି । ପ୍ରକୃତରେ ଓ’ ଗ୍ରୁପ୍ ର ବ୍ୟକ୍ତିଙ୍କ ୟୁନିଭରସାଲ ଡୋନର ବୋଲି ମଧ୍ୟ କୁହାଯାଇଥାଏ ଅର୍ଥାତ ଆବଶ୍ୟକ ପଡିଲେ ତାଙ୍କ ରକ୍ତ ଅନ୍ୟକୁ ଦିଆଯାଇ ପାରିବ ।