ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସାରା ଦୁନିଆରେ ଓମିକ୍ରନ୍ ପାଇଁ ଭୟର ବାତାବରଣ । କରୋନା ଟୀକା ନେଇନଥିବା ଲୋକ ଏବଂ ଟୀକା ଲଗାଇଥିବା ଲୋକ ମଧ୍ୟ ଓମିକ୍ରନ୍ ଆକ୍ରନ୍ତ ହେଉଛନ୍ତି ବୋଲି ଚର୍ଚ୍ଚା ହେଉଛି । ଏହାରି ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ‘ହୁ’ ର ମୁଖ୍ୟ ବୈଜ୍ଞାନିକ ଡା. ସୌମ୍ୟା ସ୍ୱାମିନାଥନ ଦାବି କରିଛନ୍ତି କି ଏବେ ବି ଟୀକା ପ୍ରଭାବଶାଳୀ । ଯଦିଓ ଅନେକ ଦେଶରେ ଓମିକ୍ରନ୍ ସଂକ୍ରମଣ ସଂଖ୍ୟା ଦ୍ରୁତ ଗତିରେ ବଢୁଛି, କିନ୍ତୁ ଏହାର ଗମ୍ଭୀରତା ଏପର୍ୟ୍ୟନ୍ତ ଏକ ନୂତନ ସ୍ତରରେ ନାହିଁ ।
ଡା. ସୌମ୍ୟା ସ୍ୱାମିନାଥନ ଟୀକାକରଣ ଉପରେ ଗୁରୁତ୍ୱାରୋପ କରିଛନ୍ତି। ବୁଧବାର ଦିନ ଏକ ଟ୍ୱିଟ୍ରେ ସେ କହିଛନ୍ତି, “ଆଶା କରାଯାଉଥିବା ପରି, ଓମିକ୍ରନ୍ ବିରୁଦ୍ଧରେ ଟି ସେଲ୍ ପ୍ରତିରୋଧକ ଶକ୍ତି ଉନ୍ନତ ଅଟେ। ଏହା ଆମକୁ ଗୁରୁତର ରୋଗରୁ ରକ୍ଷା କରିବ। ଯଦି ଆପଣ ଟୀକାକରଣ କରିନାହାଁନ୍ତି, ଦୟାକରି ଟୀକାକରଣ କରନ୍ତୁ।