ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନାକୁ ମାତ୍ ଦେବା ଟୀକା ଏକମାତ୍ର ଅସ୍ତ୍ର ସାଜିଥିବା ବେଳେ ଏବେ ଚୀନ ଟୀକାର ଜରୁରୀକାଳୀନ ବ୍ୟବହାର ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଅନୁମତି ମିଳିଛି । ଚୀନ ସିନୋଫାର୍ମା ଦ୍ୱାରା ପ୍ରସ୍ତୁତ କରୋନା ଟୀକାକୁ ଏବେ ସବୁଜ ସଙ୍କେତ ମିଳିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ମଞ୍ଜୁରୀ ମିଳିଥିବା ଏହି ଟୀକା ହେଉଛି ଚୀନ୍ ର ପ୍ରଥମ ଟୀକା । ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରୋସ ଘେବ୍ରିଏସସ ଏଖ ସାମ୍ବାଦିକ ସମ୍ମଳନୀରେ ଘୋଷଣା କରିଛନ୍ତି ।
ଚୀନ୍ ସିନୋଫାର୍ମା ଦ୍ୱାରା ପ୍ରସ୍ତୁତ ଏହି ଟୀକାର ଦୁଇଟି ଡୋଜ ନେବାକୁ ପଡିବ । ବ୍ୟକ୍ତି ପ୍ରଥମ ଡୋଜ ନେବାର ତିନି ରୁ ଚାରି ସପ୍ତାହ ମଧ୍ୟରେ ଦ୍ୱିତୀୟ ଡୋଜ ନେଇ ପାରିବେ । ଏହି ଟୀକା ବ୍ୟବହାର ପାଇଁ ଅନୁମତି ମିଳିବା ପରେ ଏବେ ବିଭିନ୍ନ ଦେଶକୁ ଟୀକା ପଠାଇବା ଆରମ୍ଭ କରିଛି ଚୀନ୍ ।