ଅଷ୍ଟ୍ରେଲିଆ(ଏଟିଆର ବ୍ୟୁରୋ): ଆଜିକାଲି ମହିଳାମାନେ ଅନ୍ୟ ଉପରେ ନିର୍ଭର କରିବାକୁ ପସନ୍ଦ କରୁ ନାହାନ୍ତି । ସେଥି ପାଇଁ ଯିଏ ଯେଉଁ ପ୍ରକାର କାମ କରି ରୋଜକାର କରିୁଛନ୍ତି । କିନ୍ତୁ ଆଜି ଆମେ ଏଭଳି ଏକ ଯୁବତୀଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏ ଏକ ଘଣ୍ଟାରେ ୮ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ।
ଆଜ୍ଞା ହଁ, ଆପଣ ଠିକ୍ ଶୁଣିଛନ୍ତି । ଜଣେ ଯୁବତୀ ଗେମ୍ ଖେଳି ଏକ ଘଣ୍ଟାରେ ୮ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ପ୍ରକୃତରେ ଅଷ୍ଟ୍ରେଲିଆର ଚେଲସିୟା ନାମକ ଜଣେ ଯୁବତୀ କିଛି କାମ ଧନ୍ଦା କରନ୍ତି ନାହିଁ । ସେ ଘରେ ବସି ଟଙ୍କା ରୋଜଗାର କରିଥାନ୍ତି ।
ଚେଲସିୟା ଅନଲାଇନ ଗେମ ଖେଳନ୍ତି । ସେ ଗେମ୍ ଖେଳିଲା ବେଳେ ଲୋକେ ତାଙ୍କୁ ଲାଇଭ ଦେଖିଥାନ୍ତି । ଭିଡିଓ ଗେମ୍ ରେ ଲାଇଭ ଷ୍ଟିମିଙ୍ଗ ଯୋଗୁଁ ବିଜ୍ଞାପନ ଏବଂ ସ୍ପନ୍ସର ଅଧିକ ମିଳିଥାଏ । ସେଥିପାଇଁ ସେ ଏକ ଘଣ୍ଟାରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିଥାନ୍ତି ।
ଏହି କାମ ପାଇଁ ସାରା ଦେଶରୁ ଚେଲସିୟାଙ୍କ ଅନେକ ଫ୍ୟାନ୍ସ ହୋଇ ଗଲେଣି ।