ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଜାରି ରହିଛି କରୋନା ତାଣ୍ଡବ । ଏପର୍ଯ୍ୟନ୍ତ ୪୦ ଲକ୍ଷରୁ ଅଧିକ ଜୀବନ ନେଇ ସାରିଲାଣି ଏହି କିଲର ଭାଇରସ । ମାତ୍ର ଟୀକା ଆସିବା ପରେ ଲୋକେ ଆଶ୍ୱସ୍ତି ହୋଇଥିଲେ କିନ୍ତୁ ଏବେ ଆହୁରି ଲୋକଙ୍କ ଚିନ୍ତା ବଢାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ) । ସଂଗଠନ କହିଛି କି, ଭାରତରେ ମିଳିଥିବା ଡେଲ୍ଟା ଭ୍ୟାରିଏଣ୍ଟ ଉପରେ ଟୀକା କମ ପ୍ରଭାବଶାଳୀ । ଅବଶ୍ୟ ଆଶ୍ୱସ୍ତିକର ଖବର ହେଉଛି ଟୀକା ଦ୍ୱାରା ମୃତ୍ୟୁ ସମ୍ଭାବନା କମ ରହୁଛି ।
ଏହାର କାରଣ ଅନେକ ମ୍ୟୁଟେସନ ରେ ହେଉଥିବା ପରିବର୍ତ୍ତନ ବୋଲି ବିଶ୍ୱାସ କରାଯାଉଛି । ଏଥିପାଇଁ ଟୀକାର ପ୍ରଭାବ ହ୍ରାସ ପାଇପାରେ । ଭାରତରେ ମିଳୁଥିବା ଡେଲ୍ଟା ଭ୍ୟାରିଏଣ୍ଟରେ ଏକ ପରିବର୍ତ୍ତନରୁ ଡେଲ୍ଟା ପ୍ଲସ ଭ୍ୟାରିଏଣ୍ଟ ଉତ୍ପନ୍ନ । ମ୍ୟୁଟେସନର ପରିବର୍ତ୍ତନ ଯୋଗୁଁ ଏହା ଲୋକମାନଙ୍କ ମଧ୍ୟରେ ଅତି ସହଜରେ ସଂକ୍ରମିତ ହେଉଛି ।
ସେପଟେ ଋଷ ଦାବି କରିଛି କି, ଅନ୍ୟ ଟୀକା ତୁଳନାରେ ଅଧିକ ସଂକ୍ରମିତ ଏବଂ ଘାତକ ଭ୍ୟାରିଏଣ୍ଟ ବିରୋଧରେ ଋଷର ଟୀକା ସବୁଠାରୁ ଅଧିକ ପ୍ରଭାବ ଦେଖାଊଛି ।