କଟକ (ଏଟିଆର ବ୍ୟୁରୋ): କରୋନାର ନୂତନ ଭ୍ୟାରିଆଣ୍ଟ ଓମିକ୍ରନ୍ ମାମଲା ରାଜ୍ୟରେ ବୃଦ୍ଧି ହେବା ପରେ ଏବେ ରାଜ୍ୟ ସରକାର ଆଗୁଆ ପଦକ୍ଷେପ ଗ୍ରହଣ କରିଛନ୍ତି । କରୋନା ପାଇଁ ଜାନୁଆରୀ ୧୦ ରୁ କଟକରେ ବୁଷ୍ଟର ଡୋଜ୍ ଦିଆଯିବା ଆରମ୍ଭ ହେବ ।
ପ୍ରଥମେ ଆଗ ଧାଡିର କୋଭିଡ ଯୋଦ୍ଧାଙ୍କୁ ଦିଆଯିବ ବୁଷ୍ଟର ଡୋଜ୍ । ଏହାପରେ ପରବର୍ତ୍ତି ପର୍ଯ୍ୟାୟରେ ବରିଷ୍ଠ ନାଗରିକଙ୍କୁ ଦିଆଯିବ ବୁଷ୍ଟର ଡୋଜ । ମାତ୍ର କେଉଁ ସ୍ଥାନରେ ଟୀକା ଦିଆଯିବ ସେଥିପାଇଁ ଅନୁଧ୍ୟାନ ଚାଲିଛି ବୋଲି ସିଏମସି ଡେପୁଡି କମିଶନର ଡକ୍ଟର ଅବିନାଶ ରାଉତ ସୂଚନା ଦେଇଛନ୍ତି ।