ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଜୀବନ ନେଉଛି ଭାଇରସ, ସମୁଦ୍ରରୁ ଆସୁଛି ମଣିଷକୁ ଗ୍ରାସୁଛି । ଆଉ ଡାକୁଛି ସ୍ୱର୍ଗକୁ । ଏବେ ସାରା ବିଶ୍ୱକୁ ଘାରିଲାଣି କୋରନା ଭାଇରସର ଚିନ୍ତା । ଚୀନରେ ନେଲାଣି ୪୧ ଜୀବନ । ୧ ହଜାରରୁ ଅଧିକ ଲୋକ ଏବେ ଏହି ଭାଇରସର ଆକ୍ରମଣରେ ଆକ୍ରାନ୍ତିତ । ତେବେ ଆସନ୍ତୁ ପ୍ରଥମେ ଜାଣିବା କୋରନା ଭାଇରସ କଣ ଏବଂ ଏହା କୋଉଠୁ ଆସିଲା । କୋରନା ଭାଇରସ ନାଁ ଟି ଯେମିତି ଶୁଣିଲେ ହିଁ ଭୟ ହିଁ ଭୟ ।
କୋରନା ଭାଇରସ ପ୍ରଥମେ ଏହା ଚୀନରୁ ବ୍ୟାପିବା ଆରମ୍ଭ କରିଥିଲା । ଚୀନରେ ସବୁଠାରୁ ଅଧିକ ଲୋକ ବସବାସ କରୁଥିବା ଉହାନ ସହରରେ ପ୍ରଥମେ ଏହି ଭାଇରସ ତାର କାୟା ବିସ୍ତାର କରିଥିଲା । ଆଉ ଧୀରେ ଧୀରେ ଏହି ଭାଇରସ ଏବେ ଉହାନ ସମେତ ୧୩ ଟି ସହରରେ ଜାଲ ବିଛାଇ ସାରିଲାଣି । ଆଉ ଏହି ଭିତରେ ୪୧ ଜଣଙ୍କ ଜୀବନ ନେଇ ସାରିଲାଣି । ଏହି ଭାଇରସରେ ରହିଥିବା ସିଭିୟର ଆକ୍ୟୁଟ୍ ରେସ୍ପୋରେଟରୀ ସିଣ୍ଡ୍ରମ୍ (ଏସଏଆରଏସ) ପାଇଁ ଲୋକଙ୍କ ମୃତ୍ୟୁ ହେଉଥିବା ଜଣାପଡ଼ିଛି। ଏହା ସମୁଦ୍ର ଜାତ ଖାଦ୍ୟରୁ ବାତୁଥିବାର ଜଣାପଡିଛି ।
ଏହି ଭୟଙ୍କର ଭାଇରସ ଏବେ ଏସିଆ, ଆମେରିକା ଏବଂ ୟୁରୋପ ଦେଶକୁ ବ୍ୟାପୀ ସାରିଛି। ଏପଟେ କୋରୋନା ଭାଇରସ୍ ଯୋଗୁ ଭାରତରେ ୯୬ଟି ବିମାନରେ ଯାତ୍ରା କରୁଥିବା ପାଖାପାଖି ୨୦ ହଜାର ଯାତ୍ରୀଙ୍କ ଥର୍ମାଲ ଯାଞ୍ଚ୍ କରାଯାଇଛି । ତେବେ ସ୍ୱାସ୍ଥ୍ୟମନ୍ତ୍ରଳାୟ କହିଛି ଯେ ଏହି ସ୍ୱାସ୍ଥ୍ୟ ପରୀକ୍ଷାରେ କୌଣସି ଲୋକଙ୍କ ଠାରୁ କୋରୋନା ଭାଇରସ୍ ମିଳି ନାହିଁ । ପୂର୍ବରୁ ୨୦୦୨ରେ ଏହି କୋରାନା ଭାଇରସ ଦେଖିବାକୁ ମିଳିଥିଲା। ୨୫ଟି ଦେଶକୁ ଏହି ଭାଇରସ ସେତେବେଳେ ବ୍ୟାପବା ଫଳରେ ୮୦୦ ଲୋକଙ୍କ ମୃତ୍ୟୁ ଘଟିଥିଲା।